ଓଡିଶା

odisha

ETV Bharat / state

ହେଇ ପାରୁନି ରୁଆ ବେଉଷଣ, ଚିନ୍ତାରେ ଚାଷୀ - irrigation

ରୁଆ ବେଉଷଣ କାମ ଡେରି। ଚିନ୍ତାରେ ଚାଷୀ। ଖରିଫ ଫସଲ ହେଉଛି ବିଳମ୍ବ। ହେଲେ ପ୍ରତିବର୍ଷ ରଥଯାତ୍ରା ବେଳକୁ ବିଲରେ ସରିଥାଏ ରୁଆ ବେଉଷଣା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

By

Published : Jun 15, 2019, 3:38 PM IST

ରାୟଗଡା: ଅକ୍ଷୟ ତୃତୀୟା ଯାଇ ଦେବସ୍ନାନ ପୂର୍ଣ୍ଣିମା ଆସିଲାଣି । ହେଲେ ଧାନ ବିହନର ଦେଖା ନଥିବାବେଳେ ଚିନ୍ତାରେ ଚାଷୀ । ସେପଟେ ଚାଷୀ ତଳି ପକାଇବା ପାଇଁ ବିଲ ମଇ ସଜବାଜ ହେଲାବେଳେ ଏପଟେ ସରକାରୀ ବିହନ ପାଇଁ କୃଷିବିଭାଗକୁ ଧାଇଁ ଧାଇଁ ନୟାନ୍ତ। ଆମେ କହୁଛୁ ରାୟଗଡାର ଚଳିତ ଖରିଫ ଫସଲ କଥା ।

ପ୍ରତିବର୍ଷ ରଥଯାତ୍ରା ବେଳକୁ ଆରମ୍ଭ ହୋଇଥାଏ ରୁଆ ବେଉଷଣ କାମ । ହେଲେ ଏବର୍ଷ ରଥଯାତ୍ରାକୁ ଆଉ ରହିଲା ମାତ୍ର ୨୦ ଦିନ। ହେଲେ ଏଯାଏଁ ଜମି ପଡ଼ିନି ଧାନ । ତେବେ କେବେ ଆସିବ ବିହନ ଏବଂ କେବେ ପଡ଼ିବ ତଳି ସେନେଇ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

ଜିଲ୍ଲାରେ ଗତ ବର୍ଷ ୫୫ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ଏହା ୫୫ ହଜାର ୮୬୦ ହଜାର ହେକ୍ଟରକୁ ଲକ୍ଷ ଧାର୍ଯ୍ୟ ହୋଇଛି । ତେବେ କୃଷି ବିଭାଗର ଆକଳନ ଅନୁଯାଇ ଚଳିତ ବର୍ଷ ୧୬୯୨୦ – କ୍ୱିଣ୍ଚାଲ ବିହନ ଧାନର ଆବଶ୍ୟକ ରହିଛି । ତେବେ ଏଯାଏଁ ବିହନ ଧାନ ଚାଷୀଙ୍କୁ ମିଳୁନାହିଁ । ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ଚାଷୀଙ୍କୁ କିଭଳି ବିହନ ଧାନ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

କେବେ ପୂରଣ ହେବ ଜିଲ୍ଲାପାଳଙ୍କ ପ୍ରତିଶୃତି । ଆଉ କେବେ ଏନେଇ ପଦକ୍ଷେପ ନିଆଯାଉଛି ତା ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details