ଓଡିଶା

odisha

ETV Bharat / state

ଅବାଧ ମଦ କାରବାରକୁ ବିରୋଧ: 101 ଲିଟର ବିଦେଶୀ ମଦ ଜବତ, 1 ଗିରଫ

ଗୁମା ଗ୍ରାମରୁ 101 ଲିଟର ବିଦେଶୀ ମଦ ଜବତ କରିଛି ରାୟଗଡା ପୋଲିସ । ସୂଚନା ମୁତାବକ, ରାୟଗଡା ଜିଲ୍ଲା ଗୁମା ଗ୍ରାମରେ ଥିବା ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଘରେ ବେଆଇନ ମଦ କାରବାର ଚାଲିଥିବା କୌଣସି ସୁତ୍ରରୁ ଖବର ପାଇଥିଲା ରାୟଗଡା ପୋଲିସ । ଏହା ପରେ ପୋଲିସର ଏକ ଟିମ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲେ ।

By

Published : Mar 20, 2019, 8:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଆଗକୁ ନିର୍ବାଚନ । ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ଲାଗୁ ହୋଇଯାଇଛି ନିର୍ବାଚନ ଆଚରଣ ବିଧି । ଜିଲ୍ଲାରେ ଯେପରି ଅବାଧ ଏବଂ ଭୟମୁକ୍ତ ନିର୍ବାଚନ ହେବ, ସେ ନେଇ ସରିଛି ସମସ୍ତ ପ୍ରସ୍ତୁତି । ଏହାକୁ ଆଖିରେ ରଖି ଅବାଧ ମତଦାନ ରୋକିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଗଳି କନ୍ଦିରେ ଚାଲିଥିବା ଅବାଧ ମଦ କାରବାର ବିରୋଧରେ ପ୍ରସ୍ତୁତ ହୋଇଛି ଜଏଣ୍ଟ ଆକସନ ଫୋର୍ସ ।

ବିଭିନ୍ନ ସ୍ଥାନରେ ଚାଲିଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଉପରେ ପୋଲିସର ଚଢାଉ ଜାରି ରହିଛି । ଏହି କ୍ରମରେ ବୁଧବାର ଗୁମା ଗ୍ରାମରୁ 101 ଲିଟର ବିଦେଶୀ ମଦ ଜବତ କରିଛି ରାୟଗଡା ପୋଲିସ । ସୂଚନା ମୁତାବକ, ରାୟଗଡା ଜିଲ୍ଲା ଗୁମା ଗ୍ରାମରେ ଥିବା ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ଘରେ ବେଆଇନ ମଦ କାରବାର ଚାଲିଥିବା କୌଣସି ସୁତ୍ରରୁ ଖବର ପାଇଥିଲା ରାୟଗଡା ପୋଲିସ । ଏହା ପରେ ପୋଲିସର ଏକ ଟିମ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲେ ।

ଏହି ଚଢାଉରେ 101 ଲିଟର ବିଦେଶୀ ମଦ ଜବତ କରିବା ସହ ପୋଲିସ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରିଛି । ତେବେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏତେ ପରିମାଣରେ ବିଦେଶୀ ମଦ କେଉଁଠୁ ଓ କିପରି ଆସିଲା ସେ ନେଇ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ରାୟଗଡା ଏସଡିପିଓ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details