ରାୟଗଡ଼ା: ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅତ୍ୟଧିକ ବର୍ଷା କାରଣରୁ ଗୁଣପୁର ଅଞ୍ଚଳରେ ପାହାଡରୁ ବିଶାଳ ପଥର ଖଣ୍ଡ ଧସି ରାସ୍ତା ଅବରୋଧ କରିଥିଲା । ଏହାକୁ ପୂର୍ତ୍ତବିଭାଗ ରାସ୍ତାରୁ ହଟାଇଛି ।
ରାସ୍ତାରୁ ହଟିଲା ବିଶାଳକାୟ ପଥର, ଯାତାୟାତ ସ୍ବାଭାବିକ - ପୂର୍ତ୍ତବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାର ପୁଟାସିଂ ଗ୍ରାମପଞ୍ଚାୟତରେ ପାହାଡରୁ ବିଶାଳକାୟ ପଥର ଧସି ରାସ୍ତା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଏହି ପଥରକୁ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ କାଟି ସଫା କରାଯାଇଛି ।
ପୂର୍ତ୍ତବିଭାଗର ଅଧିକାରୀମାନେ ପହଞ୍ଚି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ପଥର ଭାଙ୍ଗି ରାସ୍ତା ସଫା କରିଛନ୍ତି । ବିଗତ ତିନିଦିନ ଧରି ଗୁଣପୁର ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ପାହାଡରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ଅବରୋଧ ହୋଇଥିଲା । ତେବେ ପୂର୍ତ୍ତବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଦ୍ରି ନାୟକଙ୍କ ନେତୃତ୍ଵରେ ଏକ ଇଂଜିନିୟର ଟିମ ଗୁଣପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରେଞ୍ଜିତାଲ ଘାଟିରେ ପହଞ୍ଚି ପାହାଡରୁ ଖସିଥିବା ପଥରକୁ ସଫା କରିଛନ୍ତି । ବର୍ତ୍ତମାନ ରାସ୍ତାରେ ଯାତାୟାତକୁ ସ୍ଵାଭାବିକ କରାଯାଇଛି । ଗତ ଦୁଇ ଦିନ ଧରି ରାସ୍ତା ଉପରେ ପଥର ପଡିଯିବାରୁ ଗାଁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ