ଓଡିଶା

odisha

ETV Bharat / state

ଗୁଟଖା ମାଫିଆଙ୍କ ଚରାଭୂମି ରାୟଗଡା, ଲକ୍ଷାଧିକ ଟଙ୍କାର ଗୁଟଖା ଜବତ - rayagdha

ରାୟଗଡା ଷ୍ଟେସନରୁ ଲକ୍ଷାଧିକ ଟଙ୍କାର ଗୁଟଖା ଜବତ । ପ୍ରତିଦିନ ଏହି ସହର ଦେଇ ବାହାର ରାଜ୍ୟକୁ ହେଉଛି ଗୁଟଖା କାରବାର । ଯାହାଫଳରେ ଗୁଟଖା ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡ଼ା ରେଳଷ୍ଟେସନ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

By

Published : Jun 15, 2019, 3:24 PM IST

ରାୟଗଡା: ଗୁଟଖାର ପେଣ୍ଠସ୍ଥଳୀ ପାଲଟିଛି ରାୟଗଡା ସହର । ସହର ଦେଇ ଯାତାୟତ ରେଳରେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଗୁଟଖା କାରବାର ହେଉଛି । ଶନିବାର ରାୟଗଡା ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ବାରା ୨୬ ପ୍ୟାକେଟ ଚୋରା ଚାଲାଣ ହେଉଥିବା ଗୁଟଖା ଜବତ ହୋଇଛି । ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ।

ଖବର ଅନୁଯାୟୀ, ଏହି ସବୁ ଗୁଟଖା ଗତକାଲି ବିଳମ୍ବିତ ରାତ୍ରିରେ ବିଶାଖାପାଟନମ୍ -ରାୟଗଡା ପାସେଞ୍ଜରରୁ ଓହ୍ଳାଇ ରାୟଗଡା ରେଳବାଇ ଷ୍ଟେସନ ପରିସରରେ ଥିବା ଗୋଦାମ ଗୃହରେ ଗଚ୍ଛିତ ରଖାଯାଇଥିଲା। କୈାଣସି ସୂତ୍ରରୁ ଖବର ପାଇ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆରପିଏଫ ଏହାକୁ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ତେବେ ପ୍ରତିଦିନ ରାଜ୍ୟ ବାହାରକୁ ଗୁଟଖା ଆମଦାନୀ ରପ୍ତାନୀ ହେଉଥିବା ବେଳେ କୌଣସି ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଯାହାଫଳରେ ଗୁଟଖା ମାଫିଆଙ୍କ ଚରାଭୂମି ପାଲଟିଛି ରାୟଗଡ଼ା ରେଳଷ୍ଟେସନ।

ରାୟଗଡାରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details