ଓଡିଶା

odisha

ETV Bharat / state

ଗୁଣୁପୁର ଆଦର୍ଶ ଥାନା ପୋଲିସକୁ ସଫଳତା: ୧୨ ମୋବାଇଲ ସହ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗୁଟଖା ଜବତ

ରାୟଗଡାରେ ଦୁଇଟି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବେଆଇନ ଗୁଟଖା ଜବତ । ଏହାସହ ମୋବାଇଲ ଦୋକାନରୁ ଚୋରି 12ଟି ମୋବାଇଲ ସହ ନଗଦ 40ହଜାର ଟଙ୍କା ଜବତ କଲା ଗୁଣୁପୁର ଆଦର୍ଶ ପୋଲିସ । ଅଧିକ ପଢନ୍ତୁ

By

Published : Jan 13, 2022, 9:12 PM IST

ଗୁଣୁପୁର ଆଦର୍ଶ ଥାନା ପୋଲିସକୁ ସଫଳତା : ଦୁଇଟି ଘଟଣାର ହେଲା ପର୍ଦ୍ଦାଫାସ
ଗୁଣୁପୁର ଆଦର୍ଶ ଥାନା ପୋଲିସକୁ ସଫଳତା : ଦୁଇଟି ଘଟଣାର ହେଲା ପର୍ଦ୍ଦାଫାସ

ରାୟଗଡା: ଜିଲ୍ଲା ଗୁଣୁପୁର ମୁଖ୍ୟ ରାସ୍ତାର ପଣ୍ଡା ମୋବାଇଲ ଦୋକାନରୁ ଚୋରି ହୋଇଥିବା 12ଟି ମୂଲ୍ୟବାନ ମୋବାଇଲ ଓ ନଗଦ 40 ହଜାର ଟଙ୍କା ଜବତ କରିଛି ପୋଲିସ । ଏହି ଚୋରି ମାମଲାରେ ରାୟଗଡାରୁ ଜଣେ ଅଭିଯୁକ୍ତକୁ ଗିରଫ ପରେ ଆଜି(ଗୁରୁବାର) କୋର୍ଟ ଚାଲାଣ କରିଛି ପୋଲିସ । ସେହିଭଳି ଗୁଣୁପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା 63 ବସ୍ତା ଗୁଟଖା ସହ ଗୋଟିଏ ପିକ ଆପ ଗାଡିକୁ ଜବତ କରିଛି ।

ଏହି ଜବତ ଗୁଟଖାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ହେବ ବୋଲି ଗୁଣୁପୁର ଏସଡିପିଓ ଅଜୟ ବାରିକ କହିଛନ୍ତି । ଏହି ଜବତ ଗୁଟଖା କେଉଁଆଡେ ଯାଉଥିଲା । ଏହାର ମାଷ୍ଟର ମାଇଣ୍ଡ କିଏ । ଏ ସମ୍ପର୍କରେ ତଦନ୍ତ ଚାଲୁଥିବା ଖୋଦ ଗୁଣୁପୁର ସଦର ଥାନା ଅଧିକାରୀ ଯଶବନ୍ତ ହିଆଲ ଜଣାଇଛନ୍ତି । ଗୁରୁବାର ଉଭୟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବେଆଇନ ଗୁଟଖା ଜବତ ସହ ମୋବାଇଲ ଦୋକାନରୁ ଚୋରି 12ଟି ମୋବାଇଲ ଓ ନଗଦ 40ହଜାର ଟଙ୍କା ଉଦ୍ଧାର କରିଛି ଗୁଣୁପୁର ଆଦର୍ଶ ଥାନା ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details