ଓଡିଶା

odisha

By

Published : Aug 13, 2020, 9:57 PM IST

ETV Bharat / state

ପାହାଡ ଚଢିପାରୁନି ବିକାଶ ଗାଡି: ବିଲଙ୍ଗଡୋଲିବାସୀଙ୍କ ବଞ୍ଚିବାର ମାଧ୍ୟମ ସାଜିଛି ବାଉଁଶନଳୀ

ବାଉଁଶ ନଳୀରେ ଝରଣାରୁ ଯାଉଛି ପାଣି । ବାଉଁଶକାଟି ନିର୍ମାଣ ହୋଇଛି ଅସ୍ଥାୟୀ ନଳୀ । ଆଦିବାସୀମାନେ ନିଜ ପ୍ରୟାସରେ ନିର୍ମାଣ କରିଛନ୍ତି ଏହି ନଳୀ । ଖାଲିସେତିକି ନୁହେଁ ଗର୍ଭବତୀ ହୁଅନ୍ତୁ କିମ୍ବା ଗୁରୁତର ରୋଗୀ, ଖଟିଆରେ ବୁହା ହୋଇ 3 କିଲୋମିଟର ରାସ୍ତା ଅତିକ୍ରମ କଲେ ଯାଇ ମେଡିକାଲରେ ପହଞ୍ଚିବେ । ଏହା ହେଉଛି ରାୟଗଡା ଜିଲ୍ଲା ବିଲଙ୍ଗଡୋଲି ଗାଁର ଦୁର୍ଦ୍ଦିନର ଚିତ୍ର....

bilongdoli village
ସରକାରୀ ବ୍ୟବସ୍ଥାର ବହୁଦୂରେ ବିଲୋଙ୍ଗଡୋଲି

ରାୟଗଡା: ବାଉଁଶ ନଳୀରେ ଝରଣାରୁ ଯାଉଛି ପାଣି । ବାଉଁଶକାଟି ନିର୍ମାଣ ହୋଇଛି ଅସ୍ଥାୟୀ ନଳୀ । ଆଦିବାସୀମାନେ ନିଜ ପ୍ରୟାସରେ ନିର୍ମାଣ କରିଛନ୍ତି ଏହି ନଳୀ । ଗାଁକୁ ଜଳ ଯୋଗାଣ ଏହି ବାଉଁଶ ନଳୀ ସାହାଯ୍ୟରେ କରାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗଡା ବ୍ଲକ ରଘୁବାରି ପଞ୍ଚାୟତର ଉପାନ୍ତ ଅଞ୍ଚଳରେ । ପାହାଡି ଝରଣାରୁ ସ୍ବଚ୍ଛ ପାଣି ଆଣିବା ପାଇଁ ଆଦିବାସୀଙ୍କ ଏହି ଛୋଟିଆ ପ୍ରୟାସ । ତେବେ ସ୍ବାଧୀନତାର 73 ବର୍ଷ ପରେ ମଧ୍ୟ ଏହି ଗ୍ରାମବାସୀଙ୍କ ପାଇଁ ନାହିଁ ପାନୀୟ ଜଳ ପ୍ରକଳ୍ପ । ଆଜି ମଧ୍ୟ ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ ।

ପାହାଡ ଚଢିପାରୁନି ବିକାଶ ଗାଡି: ବିଲଙ୍ଗଡୋଲିବାସୀଙ୍କ ବଞ୍ଚିବାର ମାଧ୍ୟମ ସାଜିଛି ବାଉଁଶନଳୀ

ଆଦିବାସୀ ସମ୍ପ୍ରଦାୟର ବିଲଙ୍ଗଡୋଲି ଗାଁର ଏହା ହେଉଛି ବିକାଶ ଚିତ୍ର । ପାହାଡ ପର୍ବତରେ ଘେରାରେ ଏହି ଗାଁ । ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ବୋଧେ ସେଥିପାଇଁ ସରକାରୀ ବ୍ୟବସ୍ଥା ପହଞ୍ଚି ପାରୁନାହିଁ । ଘଞ୍ଚଜଙ୍ଗଲ ଭରା ଏହି ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ମିଳିବା କଷ୍ଟକର । ଫଳରେ ଲୋକେ ନାନାଦି ରୋଗରେ ପୀଡିତ ହେଉଛନ୍ତି । ହେଲେ ସରକାରୀ ବାବୁଙ୍କ ପାଦ ପଡିନାହିଁ । ବର୍ତ୍ତମାନ ଶୁଦ୍ଧା ପାଣିପାଇଁ ବାଉଁଶ ନଳୀ ହିଁ ସାହାରା । ଖାଲିସେତିକି ନୁହେଁ ଗର୍ଭବତୀ ହୁଅନ୍ତୁ କିମ୍ବା ଗୁରୁତର ରୋଗୀ ସମସ୍ତଙ୍କୁ ଖଟିଆରେ ବୁହା ହୋଇ 3 କିଲୋମିଟର ରାସ୍ତା ଅତିକ୍ରମ କଲେ ଯାଇ ମେଡିକାଲରେ ପହଞ୍ଚିବେ ।

ଏପରିକି ପିଡିଏସ ଚାଉଳ ହେଉ କିମ୍ବା ଭତ୍ତା ଟଙ୍କା ସବୁ ପାଇଁ 17 କିଲୋମିଟର ପାଦରେ ଚାଲିବାକୁ ପଡେ । ଏପରିକି ଗାଁରେ ସ୍କୁଲ ନଥିବାରୁ ଗାଁର ପିଲେ ପ୍ରାଥମିକ ଶିକ୍ଷାରୁ ମଧ୍ୟ ବଞ୍ଚିତ । ଏପରିକି ଗାଁରେ ବିଜୁଳି ଆଲୋକ ବି ନାହିଁ । ଅନ୍ଧାରୀ ମୂଲକରେ ଥିବା ବିଲଙ୍ଗଡୋଲି କେବେ ଉପକୃତ ହେବେ ସେନେଇ ଅପେକ୍ଷାରେ ଗ୍ରାମବାସୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details