ଓଡିଶା

odisha

ETV Bharat / state

ଆଚବା ଗ୍ରାମର ବଡ ଧରଣର ଚୋରୀ ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ

ଆଚବା ଗ୍ରାମର କହ୍ନେଇ ସାହୁଙ୍କ ଅନୁପସ୍ଥିତିରେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ତାଙ୍କ ଘରୁ ଲୁଟ ହୋଇଥିଲା । ଏନେଇ ଥାନାରେ ମାମଲା ରୁଜୁ ପରେ ପୋଲିସ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି । ଅଧିକ ପଢନ୍ତୁ

By

Published : Jul 25, 2022, 10:24 PM IST

ଆଚବା ଗ୍ରାମର ବଡ ଧରଣର ଚୋରୀ ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ
ଆଚବା ଗ୍ରାମର ବଡ ଧରଣର ଚୋରୀ ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ

ରାୟଗଡା: ବଡ ଧରଣର ଗହଣା ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ଗୁଣପୁର ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗୋଟିଏ ପରିବାରର ବାପା ଓ ଦୁଇ ପୁଅ ବୋଲି ସୂଚନା ଦେଇଛି ପୁଲିସ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଆଚବା ଗାଁର କହ୍ନେଇ ସାହୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରୁ ଲୁଟ କରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଘରର ତାଲାଭାଙ୍ଗି ୪୦ ଭରି ସୁନା ଗହଣା, କିଛି ରୂପା ଗହଣା ସହିତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାଦିନ କହ୍ନେଇ ସାହୁ ଘରେ ଏନେଇ ଗୁଣୁପୁର ଥାନାରେ ଏତଲା ଦେଇଥିଲେ ।

ଆଚବା ଗ୍ରାମର ବଡ ଧରଣର ଚୋରୀ ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ

ଏତଲାକୁ ଆଧାର କରି ଗୁଣୁପୁର ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଆଜି ଏହି ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ ଆଚବା ଗ୍ରାମର ଗୋଟିଏ ପରିବାରର ବାପା ଶ୍ୟାମ ବାଉରୀ, ବଡ଼ ପୁଅ ନାରାୟଣ ବାଉରୀ ଓ ସାନ ପୁଅ ସହଦେବ ବାଉରୀ ମିଶି କହ୍ନେଇ ସାହୁଙ୍କ ଘରୁ ଚୋରୀ କରିଥିଲେ । ପୋଲିସ ସାନ ପୁଅ ସହଦେବ ବାଉରୀକୁ ଗିରଫ କରିଥିବା ବେଳେ ବଡ଼ ପୁଅ ଓ ବାପା ଫେରାର ହୋଇଯାଇଛନ୍ତି । ସମସ୍ତ ଚୋରୀ ସୁନା ଗହଣା ଉଦ୍ଧାର କରାଯାଇ କହ୍ନେଇ ସାହୁଙ୍କୁ ହସ୍ତାନ୍ତର କରାଯାଇଛି । ପାଞ୍ଚ ଦିନ ମଧ୍ୟରେ ଗୁଣୁପୁର ପୋଲିସର ଏଭଳି ସଫଳତାକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details