ଓଡିଶା

odisha

ସହିପାରିଲେନି ବାପାଙ୍କ ତାଗିଦ୍, କୀଟନାଶକ ପିଇ ନାବାଳିକାର ଆତ୍ମହତ୍ୟା

ରାୟଗଡା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବାପାଙ୍କ ତାଗିତ୍ ସହି ନ ପାରି ଆତ୍ମହତ୍ୟା କଲା ଝିଅ । ସେପଟେ ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

By

Published : Mar 12, 2020, 7:30 PM IST

Published : Mar 12, 2020, 7:30 PM IST

girl suicide in rayagada
ସହିପାରିଲେନି ବାପାଙ୍କ ତାଗିଦ୍, କୀଟନାଶକ ପିଇ ନାବାଳିକାର ଆତ୍ମହତ୍ୟା

ରାୟଗଡା: ପାରିବାରିକ କଳହର କରୁଣ ପରିଣତି । ବାପାଙ୍କ ତାଗିତ୍ ସହି ନ ପାରି ଆତ୍ମହତ୍ୟା କଲା ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଶେସଖାଲ ଥାନା ଅନ୍ତର୍ଗତ ଗାଜିଙ୍ଗା ପଞ୍ଚାୟତରେ ।

ସହିପାରିଲେନି ବାପାଙ୍କ ତାଗିଦ୍, କୀଟନାଶକ ପିଇ ନାବାଳିକାର ଆତ୍ମହତ୍ୟା

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ବାପା ନାଗେଶ୍ବର କଣ୍ଡଗରି ନିଜ ଝିଅ ସମିତା କଣ୍ଡଗରି (୧୭)କୁ ଘର କାମ କରିବା ପାଇଁ କହିଥିଲେ । ସେଥିରେ ସେ ରାଜି ନ ହେବାରୁ ଏଥିରେ ବାପା ରାଗିଯାଇ ଝିଅକୁ ଘର କାମ କରିବାକୁ ତାଗିଦ୍‌ କରିଥିଲେ । ଫଳରେ ଝିଅ ରାଗିଯାଇ ନିଜ ଘରେ କପା ଚାଷ ପାଇଁ ରଖାଯାଇଥିବା କୀଟନାଶକ ଔଷଧ ଖାଇଦେଇଥିଲେ । ଘରେ ଅଚେତ୍ ହୋଇ ପଡିଥିବା ଝିଅକୁ ନେଇ ପରିବାର ଲୋକେ ପ୍ରଥମେ ଜେମାଦେଇ ପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହା ପୂର୍ବରୁ ମୃତ ଝିଅ ସମିତା ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ବାପା ନାଗେଶ୍ବର କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details