ଓଡିଶା

odisha

ETV Bharat / state

୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ - ଗଞ୍ଜେଇ

ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ପ୍ରାୟ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜଣେ ଅଭିଯୁକ୍ତକୁ ଗିରଫ । ଅଧିକ ପଢନ୍ତୁ...

ganja sized in rayagada
୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,ଜଣେ ଅଭିଯୁକ୍ତକୁ ଗିରଫ

By

Published : Jul 23, 2021, 9:02 AM IST

ରାୟଗଡା:ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ । ପଡ଼ୋଶୀ କୋରାପୁଟ ଜିଲ୍ଳାରୁ ଖୋର୍ଦ୍ଧାକୁ ବେଆଇନ ଭାବେ ଗଞ୍ଜେଇ ଚୋର ଚାଲାଣ ବେଳେ ଅଭିଯୁକ୍ତକୁ ଧରିବାରେ ଅବକାରୀ ଟିମକୁ ମିଳିଛି ବଡ ସଫଳତା। ପ୍ରାୟ ୧୩ ଲକ୍ଷ ଟଙ୍କାର ୨ କୁଇଣ୍ଟାଲ ୫୮ କେଜି ୪୫୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ସଦର ଅବକାରୀ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାଁ ସୁରେଶ ସାହୁ ବୋଲି ଜଣାପଡିଛି ।

୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,ଜଣେ ଅଭିଯୁକ୍ତକୁ ଗିରଫ

ସମ୍ପ୍ରତି ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ସଦର ଅବକାରୀ ଥାନାଙ୍କ ନେତୃତ୍ବରେ ସହରର ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଜିଲ୍ଳା ପୋଲିସ ନାକା ଚେକିଂ ପଂଏଟ ଠାରେ ଅବକାରୀ ଥାନା ଷ୍ଟାଫ୍ ଉପସ୍ଥିତ ରହି ଗାଡିଗୁଡିକୁ ଯାଞ୍ଚ କରିଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରି ଥିଲେ । ସେହି ଗାଡିରେ ଗଞ୍ଚେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା ।

ଗାଡିର ଡ୍ରାଇଭର ସୁରେଶ ସାହୁଙ୍କୁ ଅଧିକ ପଚରାଉଚରା କରିବା ପରେ କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ଖୋର୍ଦ୍ଧା ସହରକୁ ଏହି ଗଞ୍ଜେଇ ସେ ବେଆଇନ ଭାବେ ବିକ୍ରି କରିବାକୁ ନେଉଥିବା ସ୍ବୀକାର କରିଥିଲା । ପରେ ଗଞ୍ଜେଇ ଭର୍ତ୍ତି ଥିବା ବୋଲେରୋ ଗାଡିକୁ ଅବକାରୀ ଥାନା ପରିସରରେ ଆଣି ରଖାଯାଇଥିଲା । ଗାଡି ଭିତରେ ଥିବା ୯ଟି ବସ୍ତାର ଗଞ୍ଜେଇକୁ ଓଜନ କରାଯାଇଥିଲା । ପରେ ଏଥିରେ ୨୫୮କେଜି. ୪୫୦ ଗ୍ରାମର ଗଞ୍ଜେଇ ରହିଥିବା ଜଣାପଡିଥିଲା । ଯାହାର ବଜାରରେ ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ନାୟକ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ABOUT THE AUTHOR

...view details