ଓଡିଶା

odisha

ETV Bharat / state

ବିହାର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ଜଣେ ଗିରଫ

ଦୁର୍ଗମ ଅଞ୍ଚଳରେ ମାତିଛନ୍ତି ଗଞ୍ଜେଇ ମାଫିଆ। ରାୟଗଡ଼ା ଜିଲ୍ଲା ଦୁର୍ଗମ ଗ୍ରାମାଞ୍ଚଳ ରାମନାଗୁଡ଼ା ଠାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଢ଼ନ୍ତୁ

By

Published : Mar 28, 2022, 9:08 AM IST

Updated : Mar 28, 2022, 9:22 AM IST

ganja seized in rayagada
ବିହାର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ଜଣେ ଗିରଫ

ରାୟଗଡ଼ା: ଦୁର୍ଗମ ଅଞ୍ଚଳରେ ମାତିଛନ୍ତି ଗଞ୍ଜେଇ ମାଫିଆ। ରାୟଗଡ଼ା ଜିଲ୍ଲା ଦୁର୍ଗମ ଗ୍ରାମାଞ୍ଚଳ ରାମନାଗୁଡ଼ା ଠାରେ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।

ବିହାର ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ଜଣେ ଗିରଫ

ରାୟଗଡା ଜିଲ୍ଲା ଦୁର୍ଗମ ଗ୍ରାମାଞ୍ଚଳରୁ କମ ଦରରେ ଗଞ୍ଜେଇ କିଣି ବିହାର ଓ ଅନ୍ୟାନ୍ୟ ଅଞ୍ଚଳରେ ଚଢା ଦରରେ ବିକ୍ରି କରୁଛନ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ସୂଚନା ଅନୁଯାୟୀ ରାମନାଗୁଡା ଠାରେ ଏକ ଆଇଚର ଟ୍ରକକୁ ସନ୍ଦେହରେ ଅଟକାଇ ତନାଘନା କରିଥିଲା ପୋଲିସ। ଯାଞ୍ଚ ବେଳେ ଟ୍ରକରୁ 35 ଗୋଟି ବସ୍ତାରୁ 1228 କେଜି ଗଞ୍ଜେଇ ମିଳିଥିଲା । ଚୋରା ଚାଲାଣ ବେଳେ ବ୍ୟବହୃତ ଗୋଟିଏ କାର, ବୁଲେଟ ଓ ନଗଦ 700 ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର ସୁନୀଲ ଗୌଡ଼ ବୋଲି ଜଣାପଡିଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ବେଆଇନ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନଏଇ ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Mar 28, 2022, 9:22 AM IST

ABOUT THE AUTHOR

...view details