ରାୟଗଡା: ଲକଡାଉନ ବେଳେ ମଦ ଦୋକାନ ବନ୍ଦ ପାଇଁ ସରକାରୀ ନିୟମ ଲାଗୁ ହୋଇଥିବା ବେଳେ ରାୟଗଡା ସହରରେ ଚୋରା ବିଦେଶୀ ମଦ ବିକ୍ରି ବଢିବାରେ ଲାଗିଛି । ଏନେଇ ଶନିବାର ସହରର ଗାନ୍ଧୀ ନଗର ଅଞ୍ଚଳରେ ଚଢା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ସ୍କ୍ବାର୍ଡ ଚଢାଉ କରିଥିଲା । ଏଥିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଏଥିସହ ଘଟଣାରେ ସମ୍ପୃକ୍ତ ଅରୁଣ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି ।
ଲକଡାଉନରେ ବିଦେଶୀ ମଦ କାରବାର, ଅବକାରୀ ବିଭାଗ ଚଢାଉରେ ଜଣେ ଗିରଫ - ରାୟଗଡା ଲାଟେଷ୍ଟ ନ୍ୟୁଜ୍
ଲକଡାଉନ ବେଳେ ମଦ ଦୋକାନ ବନ୍ଦ ପାଇଁ ସରକାରୀ ନିୟମ ଲାଗୁ ହୋଇଥିବା ବେଳେ ରାୟଗଡା ସହରରେ ଚୋରା ବିଦେଶୀ ମଦ ବିକ୍ରି ବଢିବାରେ ଲାଗିଛି । ଏନେଇ ଶନିବାର ସହରର ଗାନ୍ଧୀ ନଗର ଅଞ୍ଚଳରେ ଚଢା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ସ୍କ୍ବାର୍ଡ ଚଢାଉ କରିଥିଲା ।
ଲକଡାଉନରେ ବିଦେଶୀ ମଦ କାରବାର, ଅବକାରୀ ବିଭାଗ ଚଢାଉରେ ଜଣେ ଗିରଫ
ଅଭିଯୁକ୍ତ ଅରୁଣ ନିଜ ଗୋଦାମରେ ବିପୁଳ ପରିମାଣର ଚୋରା ବିଦେଶୀ ମଦ ମହଜୁଦ ରଖି ଗ୍ରାହକଙ୍କୁ ଚଢା ଦରରେ ବିକ୍ରି କରୁଥିବା ଜଣା ପଡିଥିଲା । ଏହାର ଖବର ପାଇ ଅବକାରୀ ସ୍କ୍ବାର୍ଡ ଶନିବାର ସକାଳେ ଅରୁଣଙ୍କ ଘର ଭିତରେ ଥିବା ଏକ ଗୋଦାମ ଉପରେ ଚଢାଉ କରିଥିଲା । ଚଢାଉ ବେଳେ ଗୋଦାମରୁ ଲକ୍ଷାଧିକ ଟଙ୍କାର 134ଟି ବିଦେଶୀ ମଦ ବୋତଲ ଜବତ ହୋଇଥିଲା । ତେବେ ବୋତଲ ସବୁରେ ସରକାରୀ ଷ୍ଟିକର ଲାଗିଥିବା ବେଳେ ଲକଡାଉନ କଟକଣା ବେଳେ ଏତେ ପରିମାଣର ବିଦେଶୀ ମଦ କେଉଁଠାରୁ ଆସିଲା ତାହାର ତଦନ୍ତ କରାଯିବ ବୋଲି କହିଛି ଅବକାରୀ ବିଭାଗ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ