ଓଡିଶା

odisha

ETV Bharat / state

ବନ୍ୟା ବେଦନା, ପଲିଥିନ ତଳେ କଟୁଛି ଦିନ

ବନ୍ୟାକୁ ଇତିମଧ୍ୟରେ ଦୁଇବର୍ଷ ବିତିବାକୁ ବସିଲାଣି ହେଲେ ସ୍ଥିତି ସୁଧାରିବାର ନା ଧରୁନାହିଁ କୁମ୍ଭାରିଗୁଡ଼ା ବାସିଙ୍କ । ୨୦୧୭ ଜୁଲାଇ ୧୬ ତାରିଖ ନାଗାବଳୀରେ ହୋଇଥିବା ବନ୍ୟା ଦୃଶ୍ୟ ଥିଲା ହୃଦୟ ବିଦାରକ । ନିଜ ଆଖି ସମ୍ମୁଖରେ ଚାହୁଁ ଚାହୁଁ ଧନସମ୍ପତି ସହ ଘରଦ୍ୱାର ନଦୀ ଗର୍ଭରେ ଲିନ ହୋଇଯାଇଥିଲା ।

By

Published : Jul 10, 2019, 4:37 PM IST

ଡିଜାଇନ ଫଟୋ

ରାୟଗଡା: ବନ୍ୟା ନାଁ ଶୁଣିଲେ ଆଜି ବି ଶିହରି ଉଠନ୍ତି ରାୟଗଡା ଜିଲ୍ଲାର କୁମ୍ଭାରୀଗୁଡା ବାସୀ । କାରଣ 2017 ମସିହାରେ ନାଗାବଳୀ ନଦୀରେ ଆସିଥିବା ବନ୍ୟା ଭାଙ୍ଗି ଦେଇଯାଇଛି ଲୋକଙ୍କ ମେରୁଦଣ୍ଡ । ଚାହୁଁ ଚାହୁଁ ନଦୀଗର୍ଭରେ ଲୀନ ହୋଇଯାଇଥିଲା ବର୍ଷ ବର୍ଷର ସାଇତା ସମ୍ପତ୍ତି । ବନ୍ୟା ଯିବାର ଇତି ମଧ୍ୟରେ 2 ବର୍ଷ ବିତି ଯାଇଛି ସତ, ହେଲେ ଆଜି ବି ଅଣ୍ଟା ସଳଖେଇ ଛିଡା ହୋଇ ପାରି ନାହାନ୍ତି କୁମ୍ଭାରୀଗୁଡା ବାସିନ୍ଦା । ସେହି ଛିଣ୍ଡା ପଲିଥିନ ମୁଣ୍ଡ ଗୁଞ୍ଚି ଜୀବନ ବଞ୍ଚୁଛନ୍ତି ସେମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଇତି ମଧ୍ୟରେ ନାଗାବଳୀ ବନ୍ୟାକୁ ପୁରୁଛି 2ବର୍ଷ । ହେଲେ ସେଦିନର ସେ ଭୟଙ୍କର ଦୃଶ୍ୟ ଆଜି ବି ଆଖି ଆଗରେ ଭାସି ଉଠୁଛି । ଘରଦ୍ବାର ଆଉ ସମସ୍ତ ସମ୍ପତ୍ତିକୁ ଆଖି ପିଛୁଳା ଧୋଇନେଲା 2017 ଜୁଲାଇ 16ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା । ସବୁକିଛି ଛଡାଇ ନେଇ ରାୟଗଡ଼ା ଜିଲ୍ଲା କୁମ୍ଭାରୀଗୁଡ଼ା ଗ୍ରାମବାସୀଙ୍କ ଜୀବନକୁ କରିଦେଲା ଛାରଖାର । କେବଳ ବଞ୍ଚିଗଲା ତ ଜୀବନ ଓ ପିନ୍ଧିଥିବା ଲୁଗାଖଣ୍ଡିକ । ଆଉ ସେବେ ଠାରୁ ଆଜି ଯାଏ '37 ଆଦିବାସୀ ପରିବାର' ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଛିଣ୍ଡା ପଲିଥିନ ଢ଼ଙ୍କା ଭଙ୍ଗାଦଦରା ଝାଟିମାଟି କୁଡିଆରେ।

ବନ୍ୟା ପରେ ରାଜ୍ୟରୁ କେନ୍ଦ୍ର, ଆଉ ମନ୍ତ୍ରୀରୁ ପ୍ରଶାସନ ଘନଘନ ପରିଦର୍ଶନ କରି ଆଶ୍ବାସନା ଦେଇଥିଲେ । ଆଉ ପରବର୍ତ୍ତୀ ସମୟରେ ରାସ୍ତାଘାଟ ନଥିବା ଏକ ଜାଗା ଚିହ୍ନଟ କରି ସମସ୍ତ ବନ୍ୟା ବିପନ୍ନଙ୍କୁ ଆର୍ଥିକ ଅନୁଦାନ ମଧ୍ୟ ଦେଇଥିଲେ । ହେଲେ ସେ ସ୍ଥାନରେ ନିଜକୁ ସୁରକ୍ଷିତ ନମଣି
ବର୍ତ୍ତମାନ ରହୁଥିବା ସ୍ଥାନରେ ଘର କରିବାକୁ ପ୍ରଶାସନକୁ ଅନୁମତି ମାଗିଥିଲେ । ହେଲେ ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିନ୍ତୁ ସେପଟେ ଜିଲ୍ଲାପାଳ ଏ ସମ୍ପର୍କରେ ଅବଗତ ନଥିବାବେଳେ ଘଟଣାର ତଦନ୍ତ କରି ସହାୟତା ଯୋଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details