ଓଡିଶା

odisha

ETV Bharat / state

ଅବାଧ-ନିରପେକ୍ଷ ନିର୍ବାଚନ ପାଇଁ ସଶସ୍ତ୍ର ସୀମା ସୁରକ୍ଷା ବଳର ଫ୍ଲାଗ ମାର୍ଚ୍ଚ - elction

ଆଗକୁ ନିର୍ବାଚନ । ପ୍ରାର୍ଥୀଙ୍କ ଚାଲିଛି ପ୍ରଚାର। ଆଉ ଏପଟେ ନିର୍ବାଚନରେ ଲୋକଙ୍କ ସୁରକ୍ଷା ନେଇ ଚିନ୍ତା କରୁଛି ପୋଲିସ ବିଭାଗ। ତେଣୁ ଚଳିତ ନିର୍ବାଚନରେ କୌଣସି ସମସ୍ୟା ନହେବା ପାଇଁ ରାୟଗଡାରେ ଅବାଧ ନିର୍ବାଚନ ପାଇଁ ସଶସ୍ତ୍ର ସୀମା ସୁରକ୍ଷା ବଳ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାୟଗଡା

By

Published : Apr 8, 2019, 11:57 PM IST

Updated : Apr 9, 2019, 12:21 AM IST

ରାୟଗଡା: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କଡା କଡି ହେବାରେ ଲାଗିଛି ଆଇନ ସୁରକ୍ଷା ବ୍ୟବସ୍ଥା। ଅବାଧ ଭୟମୁକ୍ତ ନିର୍ବାଚନ କରିବାକୁ ବିଭିନ୍ନ ତରିକା ଆପଣେଇଛି ଜିଲ୍ଲା ପ୍ରଶାସନ। ଅସାମାଜିକ ବ୍ୟକ୍ତିଙ୍କୁ ଧରପଗଡ ସାଙ୍ଗକୁ ବର୍ତ୍ତମାନ ସୁଦ୍ଧା 834ଲୋକଙ୍କ ବିରୁଦ୍ଧରେ 107ଧାରାରେ ନୋଟିସ ଜାରି କରିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

ଏଥିସହ ଲୋକଙ୍କ ମନରୁ ଭୟ ଦୂର କରିବାକୁ ରାୟଗଡା ଏସଡିପିଓଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରିଛି ସୀମା ସୁରକ୍ଷା ସଶସ୍ତ୍ର ବାହିନୀ । ରାୟଗଡା ସମେତ ଚାନ୍ଦିଲି, କୁମ୍ଭିକୋଟା,କାଶୀପୁର,ସେସଖାଲଠାରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ପ୍ରକାଶ କରିଛନ୍ତି ରାୟଗଡା ଏସଡିପିଓ ତପନ ନାରାୟଣ ରଥ ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 9, 2019, 12:21 AM IST

ABOUT THE AUTHOR

...view details