ଓଡିଶା

odisha

ETV Bharat / state

ଜଳୁଛି ଜଙ୍ଗଲ, ବେଫିକର ବନବିଭାଗ - ବେ ଫିକର ବନବିଭାଗ

ଫେବୃଆରୀରୁ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯେଉଁଆଡେ ଚାହିଁବ ସିଆଡେ ଖାଲି ନିଆଁ ହିଁ ନିଆଁ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଜିଲ୍ଲାରେ କିଛି ଆଦିବାସୀ ନିଜ ପାରମ୍ପରିକ ପୋଡୁ ଚାଷ ପାଇଁ ନିଆଁ ଲଗାଉଥିବା ବେଳେ ଅନେକ ଜଙ୍ଗଲ ଜାତ ମହୁଲ ଫୁଲ ଗୋଟାଇବା ପାଇଁ ନିଆଁ ଲଗାଉଛନ୍ତି । ରାୟଗଡା ଜିଲ୍ଲାରେ ୧୦୧୬ ଟି ବନ ସୁରକ୍ଷା ସମିତି ଗଠନ କରାଯାଇଥିବା ବେଳେ ଜଙ୍ଗଲରେ କେମିତି ନିଆଁ ଲାଗୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ...

ଜଳୁଛି ଜଙ୍ଗଲ, ବେ ଫିକର ବନବିଭାଗ
ଜଳୁଛି ଜଙ୍ଗଲ, ବେ ଫିକର ବନବିଭାଗ

By

Published : Mar 8, 2021, 2:02 PM IST

Updated : Mar 9, 2021, 4:44 PM IST

ରାୟଗଡ଼ା: ଦକ୍ଷିଣ ଓଡିଶାର ପ୍ରାକୃତିକ ସମ୍ପଦରେ ଭରପୁର ରାୟଗଡା ଜିଲ୍ଲା । ସରକାରୀ ହିସାବରେ ରାୟଗଡ଼ ବନଖଣ୍ଡରେ ପାଖ ପାଖି ୨ ଲକ୍ଷ ୩୦ ହଜାର ୦୯୫ ହେକ୍ଟର ପରିମିତ ଅଞ୍ଚଳରେ ଜଙ୍ଗଲ ଥିବା ବେଳେ ୮୯ ହଜାର ୨୫୫ ହେକ୍ଟର ରାଜସ୍ବ ଜଙ୍ଗଲ ରହିଛି, ଯେଉଁଥିରେ କି ବିଭିନ୍ନ ରକମର ମୂଲ୍ୟବାନ ବୃକ୍ଷ ସହ ଅନେକ ପ୍ରଜାତିର ଔଷଧୀୟ ବୃକ୍ଷ ରାଜିରେ ଭରପୁର ଅଛି । ଫେବୃଆରୀରୁ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯେଉଁଆଡେ ଚାହିଁବ ସେଆଡେ ଖାଲି ନିଆଁ ହିଁ ନିଆଁ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଜିଲ୍ଲାରେ କିଛି ଆଦିବାସୀ ନିଜ ପାରମ୍ପରିକ ପୋଡୁ ଚାଷ ପାଇଁ ନିଆଁ ଲଗାଉଥିବା ବେଳେ ଅନେକ ଜଙ୍ଗଲ ଜାତ ମହୁଲ ଫୁଲ ଗୋଟାଇବା ପାଇଁ ନିଆଁ ଲଗାଉ ଥିବା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ଜଙ୍ଗଲରେ ହୁହୁ ହୋଇ ଜଳୁଛି ନିଆଁ ।

ଜଳୁଛି ଜଙ୍ଗଲ, ବେଫିକର ବନବିଭାଗ

ପୋଡୁ ଚାଷ ହେଊ କିମ୍ବା ମହୁଲ ପାଇଁ ଜଙ୍ଗଲରେ ବେଆଇନ ଭାବେ ନିଆଁ ଲଗାଯାଉଥିବା ବେଳେ ଏହାକୁ ରୋକିବା ଦିଗରେ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଜଣାପଡିଛି । ଜଙ୍ଗଲର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ଗଠନ କରାଯାଇଛି ସତ, ହେଲେ ଜଙ୍ଗଲରେ ବେଲଗାମ ନିଆଁ ଲାଗୁଥିବାରୁ ବନସୁରକ୍ଷା ସମିତିର କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଗତ ୧୫ ଦିନ ମଧ୍ୟରେ ରାୟଗଡ଼ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ରାୟଗଡ଼ ବନଖଣ୍ଡ ଅଧୀନରେ ଥିବା ଲେଲିଗୁମ୍ମା , ଚାଟିକୋଣ। , ଆମ୍ବଦୋଳା , ବିରିଡି , କଙ୍କୁବାଡି , ସାଜା , ଶିରିଗୁଡା ଲେଲିଗୁମ୍ମା ମୁଖ୍ୟ ସଂରକ୍ଷିତ ଜଙ୍ଗଲ ସାଙ୍ଗକୁ ଦୋହିଖାଲ , ଦେଉଳ , ଜଳନିଧି , କୈଳାସକୋଟା , ମାଣ୍ଡୀବିଶି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଗୁଡିକରେ ହଜାର ହଜାର ହେକ୍ଟରରେ ଲାଗିଛି ନିଆଁ । ଫଳରେ ହୁତୁ ହୁତୁ ହୋଇ ଜଳୁଛି ମୂଲ୍ୟବାନ ଜଙ୍ଗଲ । ତେବେ ଜଙ୍ଗଲର ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ରାୟଗଡା ଜିଲ୍ଲାରେ ୧୦୧୬ ଟି ବନ ସୁରକ୍ଷା ସମିତି ଗଠନ କରାଯାଇଥିବା ବେଳେ ସମସ୍ତ ଦାୟିତ୍ବ ସମିତି ହାତରେ ଦିଆଯାଇଛି । ତାପରେ ବି କେମିତି ଜଙ୍ଗଲରେ ନିଆଁ ଲାଗୁଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଜଙ୍ଗଲ ବିଭାଗ ରିପୋର୍ଟ ମୁତବକ ବର୍ତମାନ ସୁଦ୍ଧା ୩୦୯ ଟି ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ରହିଥିବା ବେଳେ ସେଥିମଧ୍ୟରୁ ୧୭୫ ଟି ଜାଗରୁ ନିଆଁ ଲିଭା ଯାଇଛି । ଏହାସହ ୧୩୪ ଟି ସ୍ଥାନରେ ନିଆଁ ଲାଗିଥିବା କଥାକୁ ସ୍ଵୀକାର କରିଛନ୍ତି ରାୟଗଡା ବନ ଖଣ୍ଡ ଅଧିକାରୀ ଅଶ୍ବିନୀ କୁମାର କର । ତେବେ ପୋଡୁ ଚାଷ ବନ୍ଦ ସାଙ୍ଗକୁ ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ବାରଣ କରିବା ସହ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନ ସୃଷ୍ଟି କରିବାକୁ ସେ ପ୍ରକାଶ କରିଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Mar 9, 2021, 4:44 PM IST

ABOUT THE AUTHOR

...view details