ରାୟଗଡା:ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଜଣେ ମୃତ ୨ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ଗୁଣପୁର ସହର । ସହରର ଅସ୍ଥାୟୀ କଲୋନିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ କୁଡ଼ିଆ ଘର ସଂପୂର୍ଣ୍ଣ ଜଳିଯାଇ ଥିବାବେଳେ ଜଣେ ଜୀବନ୍ତ ଦଗ୍ଧ ଏବଂ ୨ ଜଣ ଗୁରୁତର ଅଛନ୍ତି । ମୃତକ ଜଣକ ହେଲେ ପ୍ରଭାବତୀ ସାନପାଲି(୫୦)। ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯୋଗ୍ୟ ଆଜି ଅପରାହ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀ ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିବା ଲାଗିଯାଇଥିଲା । ଫଳରେ ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଜଣେ 50 ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି ହୋଇ ଥିବା ଜଣାପଡିଛି । ମୃତକ ମହିଳା ହେଲେ ପ୍ରଭାତୀ ସିନାପାଲି ଅନ୍ୟ ଦୁଇ ଜଣ ହେଲେ ବାପା ସୂର୍ଯ୍ୟ ସିନାପାଲି ଏବଂ ତାଙ୍କ 5 ବର୍ଷର ଝିଅ ଅନୁଶ୍ରୀ ଦେବନାଥ । ଘଟଣା ସ୍ଥଳରେ ଗୁଣୁପୁର ଅଗ୍ନିଶମ ବାହୀନି ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଦୀର୍ଘ ଦିନ ହେଲା ସୂର୍ଯ୍ୟ ଓ ପ୍ରଭାବତୀ ଅସ୍ଥାୟୀ କୁଡ଼ିଆରେ ରହି ସିଲେଇ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିଲେ । ସ୍ଵାମୀ ସୂର୍ଯ୍ୟ ସିନାପାଲି, ପତ୍ନୀ ପ୍ରଭାବତୀ ସାନପାଲି ନାତୁଣୀ ଅନୁସାରୀ ଏକାଠି ରହୁଥିଲେ । ଆଜି ଅପରାହ୍ନ ପ୍ରାୟ ୪ଟାରେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ଚାଳଛପର ଘର ସହିତ ଘର ଭିତରେ ବହୁ ଲୁଗା ରହିଥିବାରୁ ଅଳ୍ପ ସମୟ ମଧ୍ୟରେ ଚାରିପଟେ ନିଆଁ ବ୍ୟାପି ଯାଇଥିଲା । ତେଣୁ ଘରୁ କେହି ବାହାରି ପାରିନଥିଲେ । ନିଆଁର ପ୍ରଭାବରେ ପ୍ରଥମେ ପ୍ରଭାବତୀ ଆସିଥିଲେ ।ତେଣୁ ସୂର୍ଯ୍ୟ ଓ ନାତୁଣୀ ଅନୁସାରୀ ଉଦ୍ଧାର କରିବାକୁ ଉଦ୍ୟମ କରି ଉଭୟ ମଧ୍ୟ ଗୁରୁତରତ ହୋଇଥିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରି ସେମାନଙ୍କୁ ଉଦ୍ଧାର କରିଥିଲେ ।