ଓଡିଶା

odisha

ETV Bharat / state

ହୁ ହୁ ହୋଇ ଜଳି ଉଠିଲା ପଲିଥିନ ବୋଝେଇ ଟ୍ରକ

ପଲିଥିନ ବୋଝେଇ ଟ୍ରକରେ ଅକସ୍ମାତ ଲାଗିଛି ନିଆଁ । ଅଗ୍ନିକାଣ୍ଡ କାରଣରୁ ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର ଓ ହେଲପର ।

By

Published : Mar 17, 2019, 10:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ରାୟଗଡା: ପଲିଥିନ ବୋଝେଇ ଟ୍ରକରେ ଅକସ୍ମାତ ଲାଗିଛି ନିଆଁ । ଅଗ୍ନିକାଣ୍ଡ କାରଣରୁ ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ
ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ଼୍ରାଇଭର ଓ ହେଲପର । ତେବେ ଏପି ୧୬ ୟୁ ୮୩୨୨ ନମ୍ବର ଥିବା ଏକ ଟ୍ରକ ଜେକେରୁ ତେଲେଙ୍ଗାନା ଯାଉଥିଲା । ଏହି ସମୟରେ ସ୍ଥାନିୟ ମଝି ଘରିଆଣି ମନ୍ଦିର ନିକଟରେ ଡ଼୍ରାଇଭର ଟ୍ରକଟିକୁ ରଖି ବିଶ୍ରାମ ନେଉଥିଲା ।

ତେବେ ହଠାତ ଗାଡ଼ିରୁ ଧୁଆଁ ବାହାରୁ ଥିବା ଦେଖି ସ୍ଥାନିୟ ଲୋକେ ଡ଼୍ରାଇଭର ଏବଂ ହେଲପରକୁ ଉଠାଇ ଥିଲେ । ଚାହୁଁଚାହୁଁ ନିଆଁ ସମ୍ପୂର୍ଣ୍ଣ ମାଡ଼ିଯାଇଥିଲା । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଛି ।

ଏହି ଅଗ୍ନିକାଣ୍ଡ ଯୋଗୁଁ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ର ଓଡ଼ିଶା ଯୋଗାଯୋଗ ବିଛିନ୍ନ ହୋଇଥିଲା । ଯାହା ଫଳରେ ରାସ୍ତାର ଉଭୟପଟେ ଶହଶହ ଭାରିଯାନ ଅଟକି ରହିଥିଲା । ଘଟଣାସ୍ଥଳରେ ରାୟଗଡ଼ା ପୋଲିସ ପହଁଞ୍ଚି କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାର ଅନୁସନ୍ଧାନ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details