ଓଡିଶା

odisha

ETV Bharat / state

ଫୋକସରେ ଚାଷୀ ଏବଂ ଗମନା ଗମନ: ଜଗନ୍ନାଥ ସାରକା - 5 question

ନିର୍ବାଚନ ଜିତିଲେ କୃଷକଙ୍କ ପାଇଁ ଜଳ ସେଚନ ସୁବିଧା ଏବଂ ସାଧାରଣ ଲୋକଙ୍କ ପାଇଁ ଗମନା ଗମନର ସୁବିଧା ଯୋଗାଇ ଦେବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି କହିଛନ୍ତି ବିଜେଡ଼ିର ଯୁବନେତା ଜଗନ୍ନାଥ ସାରକା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Apr 3, 2019, 9:58 PM IST

ରାୟଗଡା: ବିଷମ କଟକ ନିର୍ବାଚନ ମଣ୍ଡଳୀରେ ଚଷାପୁଅ ଭାବେ ପରିଚିତ ବିଜେଡ଼ିର ଯୁବନେତା ଜଗନ୍ନାଥ ସାରକା।କଠିନ ପରିଶ୍ରମ ଏବଂ ଦୃଢ ବିଶ୍ବାସ ବଳରେ ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ କରି ଜିଲ୍ଲାପରିଷଦ ଅଧକ୍ଷରୁ ବିଧାୟକ ହୋଇଥିଲେ ସେ । ଗତ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟପାଇ ସେଠାକାର ବିଧାୟକ ପଦକୁ ହାସଲ କରିବାରେ ସକ୍ଷମ ହୋଇଥିଲେ ସେ । ତେବେ ଏଥର ମଧ୍ୟ ବିଜେଡ଼ି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି। ସେ ମଧ୍ୟ ଦଳ ସୁପ୍ରିମୋଙ୍କ ଭରସା ପୁଣି ଥରେ ଜିତିବାକୁ ଲାଗି ପଡିଛନ୍ତି। ନବୀନଙ୍କ ସ୍ୱଚ୍ଛଶାସନ ଏବଂ ତାଙ୍କର ଗତ ୫ ବର୍ଷର କାର୍ଯ୍ୟଦକ୍ଷତା ତାଙ୍କୁ ପୁଣି ଥରେ ବିଜୟ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ସେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ନିର୍ବାଚନ ଜିତିଲେ ନିଜ ନିର୍ବାଚନ ମଣ୍ଡଳୀପାଇଁ କଣ କରିବେ ପ୍ରଶ୍ନରେ ମତ ରଖିଛନ୍ତି ସେ । ‘ଇଟିଭି ଭାରତ‘ର ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’କାର୍ଯ୍ୟକ୍ରମରେ ସାମିଲ ହୋଇ ଏହିସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୁବନେତା ଜଗନ୍ନାଥ ସାରକା ।

କୃଷକଙ୍କ ପାଇଁ ଜଳ ସେଚନ ସୁବିଧା ଏବଂ ସାଧାରଣ ଲୋକଙ୍କୁ ଗମନା ଗମନର ସୁବିଧା ଯୋଗାଇ ଦେବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି କହିଛନ୍ତି ଶ୍ରୀ ସାରକା । ମୁଖ୍ୟମନ୍ତ୍ରୀଙ୍କ ସଚ୍ଚୋଟ ପଣିଆ, କାର୍ଯ୍ୟଶୈଳୀ ଏବଂ ତାଙ୍କ ସଫଳତାର ସ୍ଲୋଗାନ ନେଇ ମୈଦାନକୁ ଓହ୍ଲାଇଥିବା ବିଷମକଟକର ଚଷାପୁଅ ଏଥର ମଧ୍ୟ ନିର୍ବାଚନର ବୈତରଣୀ ପାର ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡିବ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details