ରାୟଗଡା: ଜିଲ୍ଲାରେ ଜିଲ୍ଲାସ୍ତରୀୟ ମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏହାର ଶୁଭ ଉଦଘାଟନ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଚାଷୀ ପଞ୍ଜିକରଣ କରି ପାରିନଥିବା ଯୋଗୁଁ ଚାଷୀଙ୍କ ମନରେ ଆଶଙ୍କା । ମଣ୍ଡିକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ଦେଖିବାକୁ ମିଳିଛି ।
ଏପଟେ ମଣ୍ଡି ଉଦଘାଟନ ସମୟରେ କିଛି ଚାଷୀ ଟୋକନ ବ୍ୟବସ୍ଥାରେ ଥିବା ତୃଟିକୁ ବିରୋଧ କରିଥିଲେ । ବର୍ତ୍ତମାନ ସୁଦ୍ଧା ଆଉ ଅନେକ ଚାଷୀ ପଞ୍ଜିକରଣ ଅପେକ୍ଷାରେ ରହିଥିବା ବେଳେ ପ୍ରଶାସନ ତାଲିକା ଭୁକ୍ତ କରିଛି ୮୦୦ ଚାଷୀଙ୍କୁ । ସେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଇପାରିନାହିଁ । ଚଳିତ ଖରିଫରେ ରାୟଗଡା ଜିଲ୍ଲାରେ ଯଦିଓ ଧାନ ଅମଳ ଆଗୁଆ ହୋଇଛି ତେବେ ମିଲରଙ୍କ ଅନୁରୋଧ ଅନୁସାରେ ମଣ୍ଡି ବିଳମ୍ବରେ ଖୋଲା ଯାଇଛି ।