ଓଡିଶା

odisha

ବିଜେପି ନଗର ମଣ୍ଡଳର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ

By

Published : Jul 21, 2021, 10:57 PM IST

ବିଭିନ୍ନ ସମସ୍ୟା ନେଇ ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ରାୟଗଡ଼ା ବିଜେପି ନଗର ମଣ୍ଡଳର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ । ଅଧିକ ପଢ଼ନ୍ତୁ...

executive meeting, meeting of rayagada BJP city council, BJP city council, ରାୟଗଡ଼ା ବିଜେପି ନଗର ମଣ୍ଡଳ, କାର୍ଯ୍ୟକାରିଣୀ ବୈଠକ, rayagada BJP
ବିଜେପି ନଗର ମଣ୍ଡଳର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ

ରାୟଗଡା: ଜିଲ୍ଲାର ନଗର ସ୍ଥିତ ଭେଙ୍କେଟଶ୍ବର କଲ୍ୟାଣ ମଣ୍ଡପ ଠାରେ ବିଜେପି ରାୟଗଡ଼ା ନଗର ମଣ୍ଡଳର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଭାରତମାତା, ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ବିଜେପି ନଗର ମଣ୍ଡଳର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ

ପରେ ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ ନଗର ମଣ୍ଡଳର ଚିଠା ପ୍ରସ୍ତାବ ଆଗତ କରିଥିଲେ । ଜଳ ଯୋଗାଣ, ସଫେଇ ବ୍ୟବସ୍ଥା, ମହିଳା ନଗର ଥାନା, ବେରୋଜଗାର, ସ୍ବାସ୍ଥ୍ୟ, ପବ୍ଲିକ ଟଏଲେଟ, ବସ୍ତି ବାସିନ୍ଦାଙ୍କ ପଟ୍ଟା ପ୍ରଦାନ, ଜରୁରୀକାଳୀନ ଯୋଗାଯୋଗ ଫଳକ, ହାତୀପଥର ନଦୀର ପୁନରୁଦ୍ଧାର, ସାଇପ୍ରିୟା ନଗରକୁ ପୌର ପରିଷଦରେ ଅନ୍ତର୍ଭୁକ୍ତ ଓ ପୌର ପରିଷଦର ମାର୍କେଟ କମ୍ପ୍ଲେକ୍ସ, ଶପିଙ୍ଗ କମ୍ପ୍ଲେକ୍ସ ଦୁର୍ନୀତି ଆଦି ଭଳି ପ୍ରମୁଖ ସମସ୍ୟା ଗୁଡିକ ପ୍ରତି ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହି କାର୍ଯ୍ୟକାରିଣୀ ବୈଠକରେ ରାୟଗଡ଼ା ବିଧାୟକ ପ୍ରାର୍ଥୀ ଏବଂ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ କୁମାର ଉଲ୍ଲାକା, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳୀରାମ ମାଝୀ, ନଗର ପ୍ରଭାରୀ ୱାଇ. ଗଣପତି, ଜିଲ୍ଲା ସମ୍ପାଦିକା ସୁଶୀଳା ସରାଫ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୀଷଣ ପାଣି ଏବଂ ଜିଲ୍ଲା ସମ୍ପାଦକ ପଦ୍ମନାଭ ଦାଶ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଓ କାର୍ଯ୍ୟପନ୍ଥାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ସହ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details