ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ; ପ୍ରଥମ ଥର ଅଣ୍ଟାରିଗୁଡା ଗାଁରେ ପହଞ୍ଚିଲେ ମନ୍ତ୍ରୀ

ଇଟିଭି ଭାରତର ମହାପ୍ରଭାବ । ଗତ 10 ତାରିଖରେ ରାୟଗଡା ଅଣ୍ଟାରିଗୁଡା ଗାଁରେ ନାଗାବଳୀ କୂଳ ଲଙ୍ଘିବା ନେଇ ଇଟିଭି ଭାରତରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ବୁଧବାର ସ୍ଥିତି ପରିଖିବା ପାଇଁ ଗାଁରେ ପହିଞ୍ଚି ଥିଲେ ଜିଲ୍ଲା ଯୋଜନା ବୋଡ ଅଧକ୍ଷା ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ।

By

Published : Aug 15, 2019, 6:43 AM IST

ଡିଜାଇନ ଫଟୋ

ରାୟଗଡା: ଏ ହେଉଛି ରାୟଗଡା ଜିଲ୍ଲା ସଦର ମହୁକମା ପୌର ପରିଷଦ ଅଧୀନ 11 ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ନାଗାବଳୀ କୂଳ ଲଙ୍ଘିବା ନେଇ ଇଟିଭି ଭାରତରେ ଗତ 10 ତାରିଖରେ ରିପୋର୍ଟ ପ୍ରସାରିତ ହୋଇଥିଲା । ରିପୋର୍ଟ ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବୁଧବାର ସ୍ଥିତି ପରିଖିବା ପାଇଁ ଅଣ୍ଟାରିଗୁଡା ଗାଁରେ ପହିଞ୍ଚି ଥିଲେ ଜିଲ୍ଲା ଯୋଜନା ବୋଡ ଅଧକ୍ଷା ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ପ୍ରଥମ ଥର ପାଇଁ ଗାଁରେ ମନ୍ତ୍ରୀ ପହିଞ୍ଚି ଲୋକଙ୍କ କଥା ବୁଝି ଥିବାରୁ ଗାଁ ଲୋକଙ୍କ ମୂହରେ ଖେଳି ଯାଇଥିଲା ଖୁସିର ଲହରି ।

ଗାଁରେ ରହିଥିଲା ଦୀର୍ଘ ଦିନର ସମସ୍ୟା । ତେବେ ସୁରକ୍ଷା ପାଇଁ ପୌର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ସମାଧାନର ଫିଟୁ ନଥିଲା ବାଟ । ତେବେ ଇଟିଭି ଭାରତ ଗାଁରେ ପହିଞ୍ଚି ଲୋକଙ୍କ କଥା ସରକାରଙ୍କ ପାଖରେ ପହିଞ୍ଚାଇ ଥିବାରୁ ବିଶ୍ବାସ ଭଜନ ହୋଇପାରିଥିଲା ଗାଁ ଲୋକଙ୍କ ପାଖରେ । ତେବେ ଦେଖିବାକୁ ବାକି ରହିଲା ନାଗାବଳୀର ଅଭିଶାପରୁ କିଭଳି ଗ୍ରାମବାସୀଙ୍କୁ ସରକାର ବଞ୍ଚାଉଛନ୍ତି ତାହା ସମୟ ହିଁ କହିବ ।


ରାୟଗାଡରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details