ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ଲାଲବାହିନୀର ଷଡଯନ୍ତ୍ର

ଚଳିତବର୍ଷ 2019 ସାଧାରଣ ନିର୍ବାଚନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇସାରିଛି । ଏପ୍ରିଲ 11ରେ ରାୟଗଡା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ହେବାକୁ ଯାଉଛି ।

By

Published : Mar 17, 2019, 8:58 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା: ନିର୍ବାଚନ ପୂର୍ବରୁ ଲାଲଗଡରେ ଷଡଯନ୍ତ୍ର । ଏଥର ଟାର୍ଗେଟରେ ଅଛି ସାଧାରଣ ନିର୍ବାଚନ । ମାଓବାଦୀଙ୍କ ବର୍ବର ନିଆଁରେ ନିର୍ବାଚନକୁ ନେଇ ଷଡଯନ୍ତ୍ର କରୁଛି ମାଓ ସଙ୍ଗଠନ । ଚଳିତବର୍ଷ 2019 ସାଧାରଣ ନିର୍ବାଚନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ତାରିଖ ଘୋଷଣା ହୋଇସାରିଛି । ଏପ୍ରିଲ 11ରେ ରାୟଗଡା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ହେବାକୁ ଯାଉଛି ।

ଯାହାକୁ ଭୟମୁକ୍ତ ଓ ନିରପେକ୍ଷ କରିବା ନେଇ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଲାଲ କରିଡରରେ ଚାଲିଛି ମାଓବାଦୀଙ୍କ ଜୋରଦାର ଟ୍ରେନିଂ । ଆଉ ଏହାକୁ ଦେଖିବା ପରେ ଏହାର ସଫଳ ମୁକାବିଲା ପାଇଁ ପ୍ରଶାସନ ଲୋଡିଛି ଅଧିକ କେନ୍ଦ୍ରୀୟ ବଳ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ନିର୍ବାଚନ ପୂର୍ବରୁ ସୁରକ୍ଷାବାହିନୀ ଓ ଲାଲବାହିନୀ ହୋଇଛନ୍ତି ମୁହାଁମୁହିଁ ପରିସ୍ଥିତି । ଘଞ୍ଚ ଜଙ୍ଗଲ ଭିତରେ ଦିଆଯାଉଛି ଟ୍ରେନିଂ । ମାଓ କ୍ୟାମ୍ପରେ ନୂଆ ମାଓ କ୍ୟାଡରଙ୍କୁ ତାଲିମ ଦେଇ ସଙ୍ଗଠନକୁ ମଜବୁତ କରୁଛି । ବିଭିନ୍ନ ସମୟରେ ଲ୍ୟାଣ୍ଡମାଇନ, ଆଇଇଡି ଭଳି ବିସ୍ଫୋରଣ ଘଟଣା ମାଓବାଦୀଙ୍କ ବର୍ବରକାଣ୍ଡ ପରିଚୟ ଦେଇଛି । ଆଉ ଆଗକୁ ନିର୍ବାଚନ ଥିବାରୁ ଏହାକୁ ଆଖି ଆଗରେ ରଖି କୁମ୍ବିଙ୍ଗକୁ ଜୋରଦାର କରିଥିବା କହିଛନ୍ତି ରାୟଗଡ଼ା ଏସପି ।

ସେପଟେ ନକ୍ସଲଙ୍କୁ ପ୍ରତିହତ କରିବା ପାଇଁ ରାୟଗଡ଼ା ଜିଲ୍ଲାରେ ୨ ଟି ସିଆରପିଏଫ୍, ଏବଂ ଗୋଟିଏ କମ୍ପାନୀ ବିଏସଏଫ ଯବାନ ସହ ଜିଲ୍ଲାରେ ଅଛନ୍ତି ନିଜସ୍ବ ଆର୍ମ ଫୋର୍ସ, ଗ୍ରେହାଉଣ୍ଡ, ଡ଼ିଭିଏଫ ଓ ଏସ୍ଓଜି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details