ଓଡିଶା

odisha

ETV Bharat / state

ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ

ଚାଷୀଙ୍କୁ ଜଳସେଚନର ସୁବିଧା ପାଇଁ ଗତ 19୮୯-୯୦ ମସିହାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିଲା ସିଲିଟିଗୁଡା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା  ଦେବଦଳା, କୁଲଜିଂ, ଖଲିଗୁଡା, ଭାକୁରଗୁଡା ପ୍ରଭୃତି ଗ୍ରାମର  ୧୨ ଶହ ହେକ୍ଟର ଚାଷ ଜମିରେ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରହିଥିଲା । ହେଲେ ଏବେ କେବଳ ଗୋଟିଏ ଦୁଇଟି ଗାଁ ଛାଡିଦେଲେ ଅନ୍ୟ ଗାଁର ଚାଷୀ ପାଣି ଟୋପାଏ ପାଇପାରୁ ନାହାନ୍ତି । ଅଧିକ ପଢନ୍ତୁ...

ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ
ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ

By

Published : Feb 23, 2021, 6:25 PM IST

ରାୟଗଡା: କାମରେ ଲାଗୁନି ରାୟଗଡା ଜିଲ୍ଳାରେ ନିର୍ମିତ ଜଳସେଚନ ପ୍ରକଳଳ୍ପ । ରକ୍ଷଣାବେକ୍ଷଣ ଅଭାବ ହେଉ କିମ୍ବା ବିଭାଗିୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଅଧାବାଟରେ ମୁଖ୍ୟ କେନାଲ ସାଙ୍ଗକୁ ଶାଖା କେନାଲ ଗୁଡ଼ିକ ଭାଙ୍ଗିରୁଜି ଯିବା ଫଳରେ ତଳମୁଣ୍ଡରେ ପାଣି ଟୋପାଏ ପାଇପାରୁ ନାହାଁନ୍ତି ଚାଷୀ । ଫଳରେ ଚାଷବାସ କରି ନପାରି ଜମି ପଡିଆ ପଡିଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ସିଲିଟିଗୁଡା ଏବଂ ଚମ୍ପିକୋଟା ଜଳସେଚନ ପ୍ରକଳ୍ପ ଅଚଂଳରେ ।

ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ

ଡ୍ୟାମରେ ପାଣି ଭରି ରହିଥିଲେ ମଧ୍ୟ ମାତ୍ର ଗୋଟିଏ ଗାଁର ଲୋକଙ୍କୁ ଛାଡି ଦେଲେ ବାକି ଗାଁ ଲୋକେ ଜଳସେଚନ ସୁବିଧା ପାଇ ପାରୁ ନାହାନ୍ତି । ଏପରିକି ଡ୍ୟାମ କଡକୁ ଲାଗି ରହିଥିବା ଜମିଗୁଡିକ ମଧ୍ୟ ପାଣି ନମାଡିବାରୁ ଶୁଖିଲା ପଡିଛି । ଦୀର୍ଘଦିନ ଧରି କେନାଲ ଗୁଡିକ ରକ୍ଷଣାବେକ୍ଷଣ ନହେବାରୁ କେତେକ ପୋତି ହୋଇ ପଡିଥିବା ବେଳେ ଅନେକାଶଂରେ ଭାଙ୍ଗିରୁଜି ଯିବାକୁ ବସିଲାଣି । ଫଳରେ ଖରାଦିନ ତ ଦୁରର କଥା ବର୍ଷାରୁତୁରେ କେନାଲରେ ପାଣି ନଆସିବା ଯୋଗୁଁ ଚାଷକାମ ହୋଇ ନପାରିୁ ଶହଶହ ଏକର ଜମି ପଡିଆ ପଡିଛି।

ଚାଷୀଙ୍କୁ ଜଳସେଚନର ସୁବିଧା ପାଇଁ ଗତ ୮୯-୯୦ ମସିହାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିଲା ଏହି ସିଲିଟିଗୁଡା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଦେବଦଳା, କୁଲଜିଂ, ଖଲିଗୁଡା, ଭାକୁରଗୁଡା ପ୍ରଭୃତି ଗ୍ରାମର ୧୨ ଶହ ହେକ୍ଟର ଚାଷ ଜମିରେ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରହିଥିଲା । ହେଲେ ଏବେ କେବଳ ଗୋଟିଏ ଦୁଇଟି ଗାଁ ଛାଡିଦେଲେ ଅନ୍ୟ ଗାଁର ଚାଷୀ ପାଣି ଟୋପାଏ ପାଇପାରୁ ନାହାନ୍ତି । କେବଳ ସିଲିଟିଗୁଡ଼ା ନୁହଁ ଏକା ପରିସ୍ଥିତି ଚମ୍ପିକୋଟା ଜଳସେଚନ ପ୍ରକଳ୍ପ ।

ଚମ୍ପକୋଟା ଉପରମୁଣ୍ଡରେ ଦୁଇଟି ପାହାଡ଼ ମଝିରେ ୧୯୬୪ ମସିହାରେ ୩ ଲକ୍ଷ ୫୪ ହଜାର ୩୦୦ ଟଙ୍କା ବ୍ୟୟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଲକ୍ଷ ଥିଲା ଏହି ପ୍ରକଳ୍ପ ଦ୍ୱାରା ଚମ୍ପିକୋଟା , ଗାଜିଗାଁ , ବିଲେଶୁ ଏବଂ ଆଚବା ଅଚଂଳର ୮୫୪ ହେକ୍ଟର ଜମି ଜଳସେଚିତ ହେବ ଏଥିପାଇଁ ୭ . ୩୧ କିଲୋମିଟର ମୁଖ୍ୟ କେନାଲ ସହିତ ୨.୫୫ ଶାଖା କେନାଲ ମଧ୍ୟ ନିର୍ମାଣ ହୋଇଥିଲା ।

ଏହି ପ୍ରକଳ୍ପର ଜଳଧାରଣ କ୍ଷମତା ସାଙ୍ଗକୁ ଜଳ ବିନିଯୋଗର ବ୍ୟବସ୍ଥାକୁ ଦେଖି ୮୦ ଦଶକ ବେଳକୁ ଧିରେ ଧିରେ ଚମ୍ପିକୋଟା , ଗାଜିଗାଁ , ବିଲେଶୁ ଏବଂ ଆଚବା ଅଞ୍ଚଳର ଚାଷଜମିର ଆୟତନ ବଢ଼ି ୨୦୦୦ ହେକ୍ଟରରେ ପହଞ୍ଚିବା ସହ ଲୋକଙ୍କ ଆଶା ଆକାକ୍ଷାଂକୁ ମଧ୍ୟ ପୁରଣ କରୁଥିଲା । ୮୦ ଦଶକ ପରେ ଧିରେ ଧିରେ ରକ୍ଷଣା ବେକ୍ଷଣ ଅଭାବ ସାଙ୍ଗକୁ ବିଭାଗିୟ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଅଧାବାଟରୁ ମୁଖ୍ୟ କେନାଲ ଗୁଡ଼ିକ ସତା ହରେଇଥିବା ବେଳେ ଶାଖା କେନାଲ ଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଫଳରେ ୭୦ ଦଶକରେ ୮୫୪ ହେକ୍ଟର ଜମି ଜଳସେଚିତ ଲକ୍ଷ ଧିରେ ଧିଣେ ସଙ୍କୁଚିତ ହୋଇ ଏବେ ୪୦୦ ହେକ୍ଟର ମଧ୍ୟରେ ସିମିତ ରହିଛି ।

ସେପଟେ ବିଗତ ୧୦ ବର୍ଷ ମଧ୍ୟରେ ଦିନଟିଏ ଅଧିକାରିଙ୍କ ଚେକ ଡ଼େମରେ ପାଦ ନପଡ଼ିବା ଫଳରେ ଡ଼େମର କେଚମେଟଂ ଏରିଆ ପୋତି ହେବାସହ ବିଶାଳ ବିଶାଳ ଗଛ ଉଠି ଘଚଂ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ତେବେ ଏହି ଡ଼େମକୁ ନେଇ ଚାଷୀଙ୍କ ମନରେ ଏବେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details