ଓଡିଶା

odisha

ETV Bharat / state

ଦୀପାବଳିକୁ ଫିକା କଲା କୋରୋନା କଟକଣା

ରାୟଗଡାରେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଦୀପାବଳି ଫିକା ପଡି ଯାଇଛି । ଅଧିକ ପଢନ୍ତୁ...

ଦୀପାବଳିକୁ ଫିକା କଲା କୋରୋନା କଟକଣା
ଦୀପାବଳିକୁ ଫିକା କଲା କୋରୋନା କଟକଣା

By

Published : Nov 15, 2020, 3:34 AM IST

ରାୟଗଡା: ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳି ରୀତିନୀତି ମଧ୍ୟରେ ସରିଛି । ହେଲେ କୋରୋନା କଟକଣା ପାଇଁ ନା ଫୁଟିଛି ବାଣ ନା ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ରାୟଗଡାରେ କଟକଣା ସବୁ କିଛି ଫିକା କରିଦେଇଥିବା ଦେଖିବାକୁ ମିଳିଛି ।

ଦୀପାବଳିକୁ ଫିକା କଲା କୋରୋନା କଟକଣା

କୋରୋନା କଟକଣା ପାଇଁ ରାୟଗଡା ସହର ସାରା ଖାଁ ଖାଁ । ଘରେ ଘରେ ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ଆଖୁ କାଉଁରିଆ କାଠିରେ ଆଲୁଅ ଦେଖାଇ ପିତୃପୁରୁଷଙ୍କୁ ବିଦାୟ ଦେଉଥିବା ସହରର ଗଳିକନ୍ଦିରେ ଦେଖିବାକୁ ମିଳିଛି । ହେଲେ ପ୍ରତିବର୍ଷ ପରି ବାଣ ଫୁଟିନାହିଁ କି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନାହିଁ ।

ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ସହର ସାରା ଖାଁ ଖାଁ ରହିଥିବାବେଳେ କେବଳ କାଁ ଭାଁ ନିୟମକୁ ପାଳନ କରିବାକୁ ନିଜ ନିଜ ଘର ଅଗଣାରେ ଦୀପାବଳି ପାଳନ କରିଛନ୍ତି । ବାଣ ବିକ୍ରିକୁ ନିଷିଦ୍ଧ କରିବା ସହ ବାଣବିକ୍ରି ହେଲେ ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ସଫଳ ହୋଇଥିବା ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details