ଓଡିଶା

odisha

ETV Bharat / state

ଲକଡାଉନରେ ରିକ୍ସାରେ ପଡିଲା ଲକ୍‌, ଅସହାୟ ଦିବ୍ୟାଙ୍ଗ ରିକ୍ସା ଚାଳକ

ଦୃଢମନୋବଳ, ଅଦମ୍ୟ ସାହସ ଆଗରେ ଦିନେ ହାର ମାନିଥିଲା ଦିବ୍ୟାଙ୍ଗତା । ହେଲେ ଆଜି ଲକ୍‌ଡାଉନ୍‌ରେ ରିକ୍ସାରେ ଲକ୍‌ ପଡିବାରୁ ନିଜକୁ ଅସହାୟ ମଣିଛନ୍ତି ରାୟଗଡାର ଦିବ୍ୟାଙ୍ଗ ରିକ୍ସା ଚାଳକ ଏସ ସତ୍ୟମ । ଅଧିକ ପଢନ୍ତୁ...

By

Published : Jul 7, 2020, 2:18 PM IST

ଲକଡାଉନରେ ରିକ୍ସାରେ ପଡିଲା ଲକ୍‌, ଅସହାୟ ଦିବ୍ୟାଙ୍ଗ ରିକ୍ସା ଚାଳକ
ଲକଡାଉନରେ ରିକ୍ସାରେ ପଡିଲା ଲକ୍‌, ଅସହାୟ ଦିବ୍ୟାଙ୍ଗ ରିକ୍ସା ଚାଳକ

ରାୟଗଡା: ଦୃଢମନୋବଳ, ଅଦମ୍ୟ ସାହସ ଆଗରେ ଦିନେ ହାର ମାନିଥିଲା ଦିବ୍ୟାଙ୍ଗତା । ହେଲେ ଆଜି ଲକ୍‌ଡାଉନ୍‌ ସାମ୍ନାରେ ନିଜକୁ ଅସହାୟ ମଣିଛନ୍ତି ରାୟଗଡାର ଦିବ୍ୟାଙ୍ଗ ରିକ୍ସା ଚାଳକ ଏସ ସତ୍ୟମ ।

ଲକଡାଉନରେ ରିକ୍ସାରେ ପଡିଲା ଲକ୍‌, ଅସହାୟ ଦିବ୍ୟାଙ୍ଗ ରିକ୍ସା ଚାଳକ

ଗୋଟିଏ ହାତ ନଥିଲେ ବି ଦୀର୍ଘ 50 ବର୍ଷ ହେବ ରିକ୍ସା ଚାଳନାରେ ଦିନେ ରୋକ ଲଗାଇନଥିଲେ ସତ୍ୟମ । କିନ୍ତୁ ଏବେ ରିକ୍ସାରେ ଲକ୍‌ ପକାଇଦେଇଛି ଲକ୍‌ଡାଉନ୍‌ । ଫଳରେ ସାରା ଜୀବନ ସ୍ବାଭିମାନ ସହ ବଞ୍ଚିଥିବା 80 ବର୍ଷୀୟ ସତ୍ୟମଙ୍କର ନିଜ 5 ପ୍ରାଣୀ କୁଟୁମ୍ଭ ପୋଷିବା ଏବେ ଚିନ୍ତାର କାରଣ ପାଲଟିଛି ।

60 ବର୍ଷ ତଳେ ନିଜର ବାରାହା ଶିକାର ପାଇଁ ରଖାଯାଇଥିବା ବମ୍‌କୁ ଅଜାଣତରେ ହାତଦେଇ ନିଜର ଗୋଟିଏ ହାତ ହରାଇଥିବା ଏହି 80 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧ ରିକ୍ସା ଟାଣି ନିଜର ପରିବାର ପ୍ରତିପୋଷଣ କରନ୍ତି । ସକାଳୁ ସକାଳୁ ନିଜର ନିତ୍ୟ କର୍ମ ସାରି ରିକ୍ସାରେ ପାଲ ବାନ୍ଧି ରୋଜଗାର ଆଶାରେ ରିକ୍ସାକୁ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନକୁ ଛୁଟାଇଦିଅନ୍ତି । ସେଠାରୁ ଯାତ୍ରୀଙ୍କୁ ନେଇ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଚାଲିଯାଆନ୍ତି ।

ସେପଟେ ଅଟୋର ବହୁଳ ବ୍ୟବହାର ପରେ ରିକ୍ସାର ଚାହିଦା କମିଥିବାରୁ ସେତେଟା ବେପାର ହେଉନଥିଲେ ମଧ୍ୟ ଯେନତେନ ପ୍ରକାରେ ସେ ପରିବାର ପ୍ରତିପୋଷଣ କରନ୍ତି । ତେବେ ଲକ୍‌ଡାଉନ୍‌ ଫଳରେ ସବୁକିଛି ଠପ୍‌ ହୋଇଯିବାରୁ 4 ମାସ ହେବ ହାତବାନ୍ଧି ବସିଛନ୍ତି ସତ୍ୟମ୍‌ ।

ରାୟଗଡାର ଇନ୍ଦିରା ନଗର ଷଷ୍ଠ ଲାଇନରେ ରହୁଥିବା ସତ୍ୟମଙ୍କର ପରିବାର କହିଲେ ସ୍ତ୍ରୀ, ଝିଅ, ନାତି ଓ ନାତୁଣୀ । ପରିଣତ ବୟସରେ ପହଞ୍ଚିଥିଲେ ବି ନିଜ ସ୍ବାଭିମାନ ପାଇଁ କେବେ କାହା ଆଗରେ ହାତ ପତାଇନାହାଁନ୍ତି ସତ୍ୟମ୍‌ । ଗୋଟିଏ ହାତରେ ରିକ୍ସା ଟାଣି ପରିବାର ବୋଝ ସମ୍ଭାଳିଛନ୍ତି । ତେବେ ଲକ୍‌ଡାଉନ୍‌ ତାଙ୍କ ରିକ୍ସାରେ ଲକ୍‌ ପକାଇଥିବାବେଳେ ସରକାରଙ୍କ ପକ୍ଷରୁ ମାସକୁ 5 ଶହ ଦିବ୍ୟାଙ୍ଗ ଭତ୍ତା ଓ 35 କେଜି ଚାଉଳ ହିଁ ପରିବାରର ସାହାରା ପାଲଟିଛି ।

ସହରରେ ବର୍ତମାନ ଥିବା 30 ରିକ୍ସା ଚାଳକଙ୍କ ମଧ୍ୟରୁ ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ଏସ ସତ୍ୟମ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏଭଳି ଅସମୟରେ ତାଙ୍କୁ ସରକାରଙ୍କ ଅଧିକ ସହାୟତା ଜରୁରୀ ହୋଇପଡିଛି । ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details