ଓଡିଶା

odisha

By

Published : Jun 2, 2020, 11:00 AM IST

Updated : Jun 2, 2020, 11:16 AM IST

ETV Bharat / state

ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ଡଙ୍ଗରିଆ କଳା, ସଂସ୍କୃତିକୁ ଅସମ୍ମାନ । ସେମାନଙ୍କ ପୂଜା ପରମ୍ପରାରେ ବ୍ୟବହୃତ ଝୋଟିକୁ ଜୋତାରେ ବ୍ୟବହାର କହି ଇ କମର୍ସ କମ୍ପାନୀ କରୁଛି ବେପାର । ଯାହାକୁ ନେଇ ଦେଖା ଦେଇଛି ବିବାଦ । ଅଧିକ ପଢନ୍ତୁ...

Disrespect to Dangriya culture, case register in police station
ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ରାୟଗଡା: ଇ-କମର୍ସ ସାଇଟ୍‌ରେ ଡଙ୍ଗରିଆଙ୍କ ସାମଗ୍ରୀ ନାଁରେ ଚାଲିଛି ଠକେଇ । ଡଙ୍ଗରିଆଙ୍କ କପଡାଗୁନ୍ଦା ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ପ୍ରସିଦ୍ଧ ଲାଭ କରିଛି। ହେଲେ ଅନ୍ ଲାଇନରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କଳା ଓ ସଂସ୍କୃତିକୁ ନକଲ କରି ନକଲି ସାମଗ୍ରୀ ବିକ୍ରିର ଏବେ ଅଭିଯୋଗ ହୋଇଛି ।

ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ସବୁଠାରୁ ବଡ କଥା ଗତ କିଛି ଦିନ ତଳେ ଇ-କମର୍ସ ସାଇଟରେ ଏକ ବ୍ୟବସାୟୀ ସଂସ୍ଥା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ନିଜ ଆରାଧ୍ୟ ଦେବତାଙ୍କ ପୂଜା ଉଦ୍ଦେଶ୍ୟରେ ଝାଙ୍କରୀ ଗୁଡି(ଧରିଣିଗୁଡି)ରେ ଆଙ୍କୁ ଥିବା ଚିତ୍ରକୁ ଚପଲରେ ବ୍ୟବହାର କରି ବିକ୍ରି ପାଇଁ ବିଜ୍ଞାପନ ଦେବା ପରେ ଡଙ୍ଗରିଆଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଏପରିକି ଏନେଇ ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ 12 ମାସରେ 13 ପର୍ବ ପାଳିତ ହୁଏ । ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟ ନିଜର ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ମୁଖ୍ୟତଃ ମେରିଆ ଭଳି ପର୍ବରେ ଗାଁ ମଝିରେ ଥିବା ଝାଙ୍କରୀ ଗୁଡିରେ ଏଭଳି ଅନେକ ଚିତ୍ର ଝୋଟି ଆଙ୍କିବାର ନିୟମ ରହିଛି ।

ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ଏଭଳି ଚିତ୍ରକୁ ଜୋତାରେ ବ୍ୟବହାରକୁ ନେଇ ବିବାଦ ଦେଖା ଦେଇଛି । ତେବେ ଏନେଇ ଆଦବାସୀ କଲ୍ୟାଣ ବିଭାଗ ଗୁରୁତର ସହିତ ନେଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ।

ଡଙ୍ଗରିଆ ସଂସ୍କୃତିକୁ ଅସମ୍ମାନ, ଥାନାରେ ଏତଲା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jun 2, 2020, 11:16 AM IST

ABOUT THE AUTHOR

...view details