ଓଡିଶା

odisha

ETV Bharat / state

ଶାଶୁବୋହୂମାଳି ଅଞ୍ଚଳର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ବିସ୍ଥାପିତଙ୍କ ଦାବିପତ୍ର

ଶାଶୁବୋହୂମାଳି ଖଣି ଅଞ୍ଚଳରେ ସାମୂହିକ ବିକାଶ ପାଇଁ ବିସ୍ଥାପିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ 11 ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Dec 26, 2020, 7:06 AM IST

Displaced people demand for collective development in Sashubohumali mining area in Rayagada
ଶାଶୁବୋହୂମାଳି ଅଞ୍ଚଳରେ ସାମୂହିକ ବିକାଶ ପାଇଁ ଜିଲ୍ଲାପାଳଙ୍କୁ ବିସ୍ଥାପିତଙ୍କ ଦାବିପତ୍ର

ରାୟଗଡ଼ା: ଜିଲ୍ଲାର କାଶୀପୁର ବ୍ଲକ୍ ଶାଶୁବୋହୂମାଳି ଖଣି ଅଞ୍ଚଳରେ ମାଟି ପରୀକ୍ଷଣ କାର୍ଯ୍ୟ ଚାଲୁ ରହିଛି । ତେବେ ଖଣି ଖନନ ଉଦ୍ଦେଶ୍ୟରେ ଏହି କାମ ଚାଲିଥିବାରୁ ଶାଶୁବୋହୂମାଳିର ଚତୁଃପାର୍ଶ୍ବରେ ସାମୂହିକ ବିକାଶ କାର୍ଯ୍ୟ କରିବା ପାଇଁ ବିସ୍ଥାପିତମାନେ ୧୧ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗତ ତିନି ମାସ ଧରି ବିନା ପଲ୍ଲୀସଭା, ଗ୍ରାମସଭାରେ ଓଏମସି ନିଜ ଇଚ୍ଛାରେ ଖଣି ଅଞ୍ଚଳରେ ମାଟି ପରୀକ୍ଷଣ କରିବା ଆଳରେ ବିରାଟ ଗର୍ତ୍ତଗୁଡିକ କରିବାରେ ଲାଗିଛି। ଗ୍ରାମବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ବ୍ୟକ୍ତିଙ୍କୁ ନେଇ ଓଏମସି ଏହି କାର୍ଯ୍ୟ ଚାଲୁ ରଖିଛି। ଖଣି ଖନନ ଉଦ୍ଦେଶ୍ୟରେ ଏହି କାମ ଚାଲିଥିବାରୁ ଶାଶୁ ବୋହୂମାଳିର ଚତୁଃପାର୍ଶ୍ବରେ ସାମୂହିକ ବିକାଶ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି।

ତେବେ ଏହି ସ୍ମାରକ ପତ୍ରରେ ଗ୍ରାମବାସୀଙ୍କୁ ନେଇ ବୈଠକ କରିବା, ସାମୂହିକ ବିକାଶ ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା, କାଶୀପୁର ଅଞ୍ଚଳରେ ସ୍ଥାୟୀ କାରଖାନା ପ୍ରତିଷ୍ଠା କରିବା, ଯୋଗ୍ୟତା ନିର୍ମାଣ ଭିତ୍ତିକ ଆତ୍ମ ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣର ସୁବ୍ୟବସ୍ଥା, ଅକର୍ମଣ୍ୟ ଓ ବାର୍ଧକ୍ୟଙ୍କୁ ଆତ୍ମ ନିଯୁକ୍ତି, ବିସ୍ଥାପିତ, ଜମିହରା ଓ ଭୂମିହୀନଙ୍କୁ ସାମୂହିକ ଥଇଥାନ କରିବା ଦାବି ହୋଇଛି ।

ସେହିପରି କମ୍ପାନୀର ଲାଭାଂଶରୁ ୨୦ ପ୍ରତିଶତ ଲୋକଙ୍କ ବିକାଶ ପାଇଁ ପ୍ରଦାନ କରିବା, ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଓ ପରେ ବାହାର ଅଞ୍ଚଳ ଲୋକଙ୍କୁ ନିଯୁକ୍ତି ଦେବା ଓ ଅଂଚଳରେ ଆମ୍ବୁଲାନସ, ମୃତଦେହ ଯାନ, ଉପଯୁକ୍ତ ଗୋଷ୍ଠୀ କେନ୍ଦ୍ର, ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି, ଆଂଚଳିକ ପର୍ବପର୍ବାଣି ଓ ସାଂସ୍କୃତିକ ବିନୋଦନ କେନ୍ଦ୍ରର ପୁର୍ନଗଠନ ନିମନ୍ତେ ପାଣ୍ଠି ପ୍ରଦାନ ସହ ବୟସ୍କ ତଥା ଅପାଠୁଆଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details