ରାୟଗଡା: ରଥ ପ୍ରସ୍ତୁତ,ପଥ ମଧ୍ୟ ପ୍ରସ୍ତୁତ, ହେଲେ ଭାବର ଠାକୁରଙ୍କ ପାଖକୁ ଭକ୍ତଙ୍କୁ ନା । ଏଭଳି ନିଷ୍ପତି ହୋଇଛି ରାୟଗଡା ଜିଲ୍ଲା ପ୍ରଶାସନ । ଆସନ୍ତା ରଥ ଯାତ୍ରାରେ ରଥ ଟାଣି ପରିବେନି କି କାଳିଆ ଠାକୁରଙ୍କ ଯାତ୍ରାରେ ସାମିଲ ହୋଇ ପରିବେନି ସାଧାରଣ ଭକ୍ତ ।
କେଉଁ ଆବାହମାନ କାଳରୁ ରାୟଗଡା ସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଠାରେ ଆଦିବାସୀ ତଥା ଆଦିମ ଜନଜାତିଙ୍କ ଦ୍ଵାରା ଏହି ରଥଯାତ୍ରା ହୋଇଆସୁଥିଲା । ଏହି ଯାତ୍ରା ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ଭକ୍ତଙ୍କ ଭିଡ ଜମୁଥିଲା ।ମହାମାରୀ କୋରୋନା ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କୋରୋନା ପ୍ରଭାବରେ ସାମାଜିକ ଦୂରତା ଭଙ୍ଗ ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।ସେପଟେ ରଥ ଯାତ୍ରାର ଦିନ ଯେତିକି ପାଖେଇ ଆସୁଛି ସେତିକି ଜୋରରେ ରଥ ନିର୍ମାଣ କାମ ଆଗେଇ ଚାଲିଛି ।