ରାୟଗଡା: କେରଣ୍ଡୁଳରୁ ବିଶାଖାପାଟଣା ଯାଉଥିବା ଏକ ଲୁହା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଜଗଦଲପୁରରୁ 25 କିମି ଦୂର ବାଚିଲି ନିକଟରେ ଏହି ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଫଳରେ ଜଗଦଲପୁର, କେରଣ୍ଡୁଳରୁ ଏବଂ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଜଗଦଲପୁର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
କେରଣ୍ଡୁଳରୁ ବିଶାଖାପାଟଣା ଯାଉଥିବା ଏକ ଲୁହା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଜଗଦଲପୁରରୁ 25 କିମି ଦୂର ବାଚିଲି ନିକଟରେ ଏହି ଟ୍ରେନଟି ଲାଇନଚ୍ୟୁତ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଘଟଣାଟି ରବିବାର ସନ୍ଧ୍ୟା ସାଢେ 4 ଟା ସମୟରେ ଘଟିଥିବା ଜଣା ପଡିଛି । ସେପଟେ ରାୟଗଡା ଏବଂ କୋରାପୁଟରୁ 2 ଟି ସ୍ବତନ୍ତ୍ର ବୈଷୟିକ ଟ୍ରେନ ଘଟଣାସ୍ଥଳକୁ ପଠାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : May 5, 2019, 10:42 PM IST