ଓଡିଶା

odisha

ETV Bharat / state

''ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ'' - boycott

ପ୍ରତିଶ୍ରୁତି ପୂରଣ ହେଲେ ଭୋଟ ଦେବୁ । ନଚେତ୍ ନିର୍ବାଚନରେ 12 ହଜାର ଭୋଟ ଫିଙ୍ଗି ଦେବୁ । ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ । ନେତାଙ୍କ ମିଛ ପ୍ରତିଶ୍ରୁତି ଆଉ ଚାଲିବ ନାହିଁ । ଏପରି ଚେତାବନୀ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଡ଼ିପାରି ପଞ୍ଚାୟତର ୧୦ ଟି ଗାଁର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

By

Published : Apr 7, 2019, 4:45 PM IST

Updated : Apr 12, 2019, 2:39 PM IST

ରାୟଗଡା: ''ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ , ନେତାଙ୍କ ମିଛ ପ୍ରତିଶୃତି ଚାଲିବ ନାହିଁ '' । ଏପରି ନାରା ଦେଇଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଡ଼ିପାରି ପଞ୍ଚାୟତର ୧୦ ଟି ଗାଁର ଲୋକ । କାରଣ ସ୍ବାଧୀନତାର ୭୨ ବର୍ଷ ପରେବି ଏମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ । ଯେଉଁଠି ସରକାର ସ୍ମାର୍ଟସିଟିର ଡିଣ୍ଡିମ ପିଟୁଛନ୍ତି ସେହି ସମୟରେ ମୋରମ ରାସ୍ତା ଏଠିକାର ଲୋକଙ୍କ ପାଇଁ ସାତ ସ୍ବପ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ପାହାଡ଼ ଘେରା ଅଞ୍ଚଳରେ ରହିଥିବା ଏହି ଗାଁକୁ ଚାଲିବାକୁ ଭଲ ରାସ୍ତା ନାହିଁ, ରୋଗୀ ହେଉକି ପ୍ରସୂତି ମହିଳାଙ୍କୁ ବୋହିକି ମାଇଲ ମାଇଲ ରାସ୍ତା ନେବାକୁ ପଡୁଛି । ଏପରିକି ଅନେକ ସମୟରେ ମେଡ଼ିକାଲରେ ପହଞ୍ଚିବା ପୂର୍ବରୁ ରୋଗୀଟିର ମୃତ୍ୟୁ ମଧ୍ୟ ହେଉଛି । କେଉଁଟି ନଳକୂପ ଅଛି ପାଣି ବାହାରୁନି ତ ପୁଣି କେଉଁଠି ନଳକୂପର ପାଣି ପିଇବା ଯୋଗ୍ୟ ନୁହେଁ । ଫଳରେ ବାଧ୍ୟ ହୋଇ ଝରଣାରୁ ପିଇବା ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ ।

ଏହି ୧୦ ଖଣ୍ଡ ଗାଁର ଶିକ୍ଷା କଥା ନକହିବା ହିଁ ଭଲ । ପିଲା ଅଛନ୍ତି ବିଦ୍ୟାଳୟ ନାହିଁ ଯେଉଁଟି ବିଦ୍ୟାଳୟ ଅଛି ସେଠାକୁ ଶିକ୍ଷକ ଯାଉନାହାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଏଠାରେ ଲୋକେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ । ଚଳିତ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଭୋଟ ଦାନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପଞ୍ଚାୟତର ଲୋକ ।

ଏଥିପାଇଁ ସିଲାପାସ ଗାଁରେ ଏକତ୍ରିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଉ ଜଣଙ୍କ ପରେ ଜଣେ ସରକାରଙ୍କୁ ଚେତାଇବା ସହ ଭୋଟ ବର୍ଜନ ଭଳି ଚରମବାଣୀ ଶୁଣାଇଛନ୍ତି । ଏପରିକି ଗାଁ ଗାଁରେ ପୋଷ୍ଟର ଲଗାଇ ଭୋଟ ବର୍ଜନକୁ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି ।

ପୂର୍ବରୁ ଏହିସବୁ ମୌଳିକ ସୁବିଧା ନେଇ ଅଞ୍ଚଳବାସୀ ବିଡ଼ିଓ, ଜିଲ୍ଲାପାଳ,ବିଧାୟକ, ସାଂସଦଙ୍କ ନିକଟରେ ଲିଖିତ ଦାବି କରି ଆସିଛନ୍ତି । ହେଲେ ମିଳିଛି କେବଳ ଫମ୍ପା ପ୍ରତିଶୃତି । ଏବିଷୟରେ କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଲୋକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବେ । ଆଗକୁ ବାକି ରହିଛି ସାଧାରଣ ନିର୍ବାଚନ । ଏପରିକି ଏକ ଘଡିସନ୍ଧି ମୂହୁର୍ତ୍ତରେ ଏହି 10ଟି ଗାଁର ଭୋଟରଙ୍କ ମନଜିଣିବା ପାଇଁ ରାଜନେତାମାନେ କି ଉପାୟ ଆପଣାଉଛନ୍ତି ତାହା ସମୟ କହିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 12, 2019, 2:39 PM IST

ABOUT THE AUTHOR

...view details