ଓଡିଶା

odisha

ETV Bharat / state

ସନ୍ଦେହଜନକ ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର

ବେଡ଼ସିଟରେ ବନ୍ଧା ହୋଇଥିବା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘଟଣାରେ ମୃତବ୍ୟକ୍ତିର ସ୍ତ୍ରୀଙ୍କ ହାତ ଥିବା ସନ୍ଦେହରେ ମୁନିଗୁଡା ପୋଲିସ ତାଙ୍କୁ ଅଟକ ରଖିଛି l ଘଟଣାରେ ଉକ୍ତବ୍ୟକ୍ତିଙ୍କ ହାତ ଥିବା ପୋଲିସ ସନ୍ଦେହ କରି ଅଟକ ରଖିଛି ।

By

Published : Jan 3, 2020, 8:02 AM IST

dead body rescued
dead body rescued

ରାୟଗଡ଼ା: ଗଜପତି ଜିଲ୍ଲା ଅଡ଼ବା ରାସ୍ତା ନିକଟରୁ ବେଡ଼ସିଟରେ ବନ୍ଧା ହୋଇଥିବା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଘଟଣାରେ ମୃତବ୍ୟକ୍ତିର ସ୍ତ୍ରୀଙ୍କ ହାତ ଥିବା ସନ୍ଦେହରେ ମୁନିଗୁଡା ପୋଲିସ ତାଙ୍କୁ ଅଟକ ରଖିଛି l ମୃତ ବ୍ୟକ୍ତି ଜଣକ ମୁନିଗୁଡା ବ୍ଲକ କାର୍ଯ୍ୟଳୟରେ ନିଜ ଗାଡ଼ି ଲିଜ ଦେଇ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମ ଯୁବରାଜ ଚଣ୍ଡି ଓରଫ୍ ରାଜ ହୋଇଥିବାବେଳେ ଘର କଳାହାଣ୍ଡି ଗଲାମୁଣ୍ଡା ଗ୍ରାମ ବୋଲି ଜଣାପଡ଼ିଛି ।

ସନ୍ଦେହ ଜନକ ଭାବେ ଗଳିତ ମୃତଦେହ ଉଦ୍ଧାର

ତେବେ ଏହି ହତ୍ୟାରେ ତାଙ୍କ ସ୍ତ୍ରୀ ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରି ଅଟକ ରଖି ପଚରା ଉଚରା ଜାରି ରଖିଥିବା ବେଳେ ମାମଲାଟି ଗଜପତି ଜିଲ୍ଲାର ଅଡବା ଥାନାରେ ରୁଜୁ ହୋଇଥିବାରୁ ସେଠାକାର ଏକଟିମ୍ ମୁନିଗୁଡା ପହଞ୍ଚିବ ବୋଲି ସୂଚନା ମିଳିଛି l ଏ ନେଇ ମହିଳାଙ୍କୁ ଅଡ଼ବା ପୋଲିସ କୁ ହସ୍ତାନ୍ତର କରାଯିବା ବୋଲି ମୁନିଗୁଡା ପୋଲିସ ସୂଚନା ଦେଇଛନ୍ତି । ଗତ ୧୪ ବର୍ଷତଳେ ଯୁବରାଜ ଚଣ୍ଡିଙ୍କୁ ଉକ୍ତ ମହିଳା ଜଣକ ବିବାହ କରିଥିଲେ l ମହିଳା ଜଣକ ମୁନିଗୁଡା ତହସିଲ କାର୍ଯ୍ୟଳୟରେ ଦିର୍ଘ ୬ ବର୍ଷହେବ କିରାଣୀ ଭାବରେ କାର୍ଯ୍ୟ କରୁଥିଲେ l

ତେବେ ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ଘରୋଇ କଳହ ଲାଗି ରହିଥିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘୋଟିଥିବା ପୋଲିସ ଅନୁମାନ କରୁଛି l ଅଧିକ ତଦନ୍ତ ନିମନ୍ତେ ଗଜପତି ଜିଲ୍ଲା ଅଡବା ଥାନାର ଏକଟିମ୍ ମୁନିଗୁଡା ପୋହଞ୍ଚି ମହିଳାଙ୍କୁ ପଚରାଉଚରା କରିବାପରେ ଘୋଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବିଷମକଟକ SDPO ସୂଚନା ଦେଇଛନ୍ତି l ତେବେ ରାଜଙ୍କୁ ମୁନିଗୁଡାରେ ହତ୍ୟା କରାଯାଇ ଆଡବା ନିକଟରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି ।


ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details