ଓଡିଶା

odisha

ETV Bharat / state

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ, ସିଆରପିଏଫ ଯବାନ ଖେଳିଲେନି ହୋଲି - ପୁଲୱାମା

ପୁଲୱାମା ଆକ୍ରମଣକୁ ବିତିଲାଣି ମାସେରୁ ଅଧିକ ସମୟ। ଯାହାକୁ ମନେ ପକାଇବା ସହ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଚଳିତବର୍ଷ ହୋଲି ପାଳିଲେ ନାହିଁ ସିଆରପିଏଫ ଯବାନ।

ଫଟୋ ସୌଜନୟ: ସମ୍ବାଦଦାତା, ରାୟଗଡା

By

Published : Mar 22, 2019, 7:24 AM IST

Updated : Mar 22, 2019, 9:36 AM IST

ରାୟଗଡା: ପୁଲୱାମା ଆକ୍ରମଣକୁ ବିତିଲାଣି ମାସେରୁ ଅଧିକ ସମୟ। ହେଲେ ମନରୁ ଏବେ ଯାଏଁ ଲିଭି ନାହିଁ ଶହୀଦଙ୍କ ବଳିଦାନର କଥା। ଯାହାକୁ ମନେ ପକାଇବା ସହ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଚଳିତବର୍ଷ ହୋଲି ପାଳିଲେ ନାହିଁ ସିଆରପିଏଫ ଯବାନ।

ପ୍ରତିବର୍ଷ ହୋଲିକୁ ଭାଇଚାରାର ପର୍ବ ଭାବେ ସ୍ଥାନୀୟ ଜନସାଧାରଣଙ୍କ ସହ ପାଳନ କରୁଥିବା ବେଳେ ଚଳିତବର୍ଷ ଏହାକୁ ପୁଲୱାମାର ଶହୀଦ ଯବାନଙ୍କ ନାମରେ ଉତ୍ସର୍ଗ କରିଛନ୍ତି ସିଆରପିଏଫ୍‌ ଯବାନ। ସ୍ଥାନୀୟ 4ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ରହୁଥିବା ଯବାନମାନେ ଚଳିତବର୍ଷ ଏଭଳି କିଛି ନିଆରା ଢଙ୍ଗରେ ନିଜ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ଏଥିସହ ନିଜ ସାଥୀ ଯବାନମାନଙ୍କ ଆତ୍ମାର ସଦ୍‌ଗତି କାମନା କରି ଯବାନମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 22, 2019, 9:36 AM IST

ABOUT THE AUTHOR

...view details