ରାୟଗଡ଼ା: ଶ୍ରାବଣର ପ୍ରଥମ ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଭାବରେ ଜଳଲାଗି ଓ ଦର୍ଶନ କରିଛନ୍ତି ମାନସିକଧାରୀ। ରାତି ପ୍ରାୟ 3 ଟାରୁ ଜଳଲାଗି ଆରମ୍ଭ ହୋଇଥିବାବେଳେ ନୀତିକାନ୍ତି ସମୟକୁ ବାଦ ଦେଇ ସାରାଦିନ ଜଳଲାଗି କରିଥିଲେ ଭକ୍ତ । ପ୍ରଶାସନ ତରଫରୁ ଏନେଇ ସମସ୍ତ ବନ୍ଦୋବସ୍ତ ହୋଇଥିବାବେଳେ ସବୁଠି ଶିବମୟ ପରିବେଶ ସୃଷ୍ଟି ହୋଇଥିଲା ।
ଶ୍ରାବଣର ସ୍ପର୍ଶରେ ସବୁଜିମା ହୋଇଛି ସାରା ସଂସାର । ଶ୍ରାବଣର ପ୍ରଥମ ବୃଷ୍ଟି ଜଳରେ ନଦୀମାନେ ହୋଇଛନ୍ତି ପୂର୍ଣ୍ଣଗର୍ଭା । ତେବେ ନୂତନ ଜଳରେ ନଦୀ ଗର୍ଭ ଉନ୍ମାଦିତ ହୋଇଥିବାବେଳେ ଏହି ନୂତନ ଜଳକୁ ନେଇ ଦେବ ଦେବ ମହାଦେବଙ୍କ ପାଖରେ ଜଳ ଲାଗି କଲେ ଅକ୍ଷୟ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ପ୍ରଥମ ସୋମବାରରେ ରାୟଗଡା ଜିଲ୍ଲାର ବିଭିନ୍ନ ଶିବ ପୀଠରେ କାଉଡ଼ିଆ ଭକ୍ତମାନେ ଆସି ଜଳଲାଗି କରିଛନ୍ତି । ଯୋଡା ଶ୍ରାବଣର ପ୍ରଥମ ସୋମବାରରେ ରାୟଗଡା ସହରର PHD ପାହାଡରେ ରହିଥିବା 360 ବର୍ଷ ପୁରୁଣା ପ୍ରତ୍ୟକ୍ଷ ବରଡା ବାଲୁଙ୍କେଶ୍ୱର ମନ୍ଦିରରେ ସକାଳୁ ସକାଳୁ କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା। ଏହି ପୀଠ ଅତି ପୁରାତନ ଏବଂ ପ୍ରତ୍ୟକ୍ଷ ହୋଇଥିବାରୁ ଏଠାରେ ପ୍ରତିବର୍ଷ କାଉଡ଼ିଆଙ୍କ ଅଧିକ ଭିଡ଼ ଲାଗି ରହେ।
ଏହା ମଧ୍ୟ ପଢନ୍ତୁ...ଶ୍ରାବଣ ମାସ ପ୍ରଥମ ସୋମବାର: ଖୋର୍ଦ୍ଧାରେ ଶୈବପୀଠ ଚଳଚଞ୍ଚଳ