ଓଡିଶା

odisha

By

Published : Dec 28, 2022, 5:37 PM IST

ETV Bharat / state

Russian Tourists Death: ଋଷ ଦମ୍ପତିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ, ଘଟଣାସ୍ଥଳରେ ପୋଲିସର ଜୋରଦାର ତଦନ୍ତ

ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ଋଷ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସେପଟେ ଅଧିକ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପୂର୍ବରୁ ପୁନର୍ବାର ଘଟଣାସ୍ଥଳରେ ତନାଘନା କରିଛି ସ୍ଥାନୀୟ ପୋଲିସ । ଅଧିକ ପଢ଼ନ୍ତୁ

ଋଷ ଦମ୍ପତିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ
ଋଷ ଦମ୍ପତିଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

Russian Tourists Death

ରାୟଗଡ଼ା/କଟକ: ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ସେପଟେ ଋଷ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ତେବେ ଘଟଣାର ଅଧିକ ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପୂର୍ବରୁ ପୁନର୍ବାର ଘଟଣାସ୍ଥଳରେ ତନାଘନା କରିଛି ସ୍ଥାନୀୟ ପୋଲିସ । ମିଳିଥିବା ଭିସେରା ରିପୋର୍ଟର ଅଧିକ ଯାଞ୍ଚ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।

ପ୍ରଥମେ ଗତ ୨୨ ତାରିଖରେ ମୃତ୍ୟୁବରଣ କରିଥିବା ଭ୍ଲାଦିମର ବିଦାନୋଭଙ୍କ ଭିସେରା ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ସଂରକ୍ଷଣ କରିଛନ୍ତି । ତାହା ପୁନଃ ଯାଞ୍ଚ ପାଇଁ ଭୁବନେଶ୍ବରସ୍ଥିତ ରାଜ୍ୟ ଫୋରେନସିକ ଲ୍ୟାବ୍‌କୁ ପଠାଯିବ । ହେଲେ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଋଷ୍‌ ସାଂସଦ କୁହାଯାଉଥିବା ଆଣ୍ଟୋନା ପାଭେଲଙ୍କ ଭିସେରା କିନ୍ତୁ ସଂରକ୍ଷଣ ହୋଇନାହିଁ । ଯାହାକି ବର୍ତ୍ତମାନ ବିଭିନ୍ନ ରହସ୍ୟ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିସାରା ସଂରକ୍ଷଣ ନକରି କାହିଁକି ଶେଷକୃତ୍ୟ ସମ୍ପନ୍ନ କରାଗଲା ତାହାର ରହସ୍ୟ ଉନ୍ମୋଚନ କରାଯିବା ଆବଶ୍ୟକ ହୋଇପଡ଼ିଛି । ତେବେ ରାୟଗଡ଼ାରେ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସମ୍ଭବତଃ ଆଜି ସନ୍ଧ୍ୟାରେ କିମ୍ବା ଆସନ୍ତାକାଲି ରାୟଗଡ଼ା ପହଞ୍ଚିବେ ।

କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିବା ପୂର୍ବରୁ ବର୍ତ୍ତମାନ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପୁନର୍ବାର ତନାଘନା କରିଥିଲା । ଏସଡିପିଓ ଦେବଜ୍ୟୋତି ଦାସ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ପାଭେଲ ମୃତ୍ୟୁବରଣ କରିଥିବା ସ୍ଥାନଗୁଡ଼ିକ ଯାଞ୍ଚ କରିଥିଲେ । ହୋଟେଲ ନିକଟରେ ନିର୍ମାଣଧୀନ କୋଠାକୁ ଯାଇ କିଛି ସମୟ ରହି ସମସ୍ତ ଘଟଣା ଅନୁଧ୍ୟାନ କରିଛନ୍ତି । ସେହି ସ୍ଥାନକୁ ଅନ୍ୟ କାହାକୁ ଛଡ଼ା ଯାଉନାହିଁ । ତେବେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ପୂର୍ବରୁ କଣ ପାଇଁ ଜିଲ୍ଲା ପୋଲିସ ପୁଣିଥରେ ସେହି ସ୍ଥାନକୁ ଯାଇ ତଦନ୍ତ କରିଲା, ତାହା ଅନେକ ପ୍ରଶନ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା HRAO

ସେପଟେ ତଦନ୍ତ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ଭିସେରା ରିପୋର୍ଟର ଅଧିକ ଯାଞ୍ଚ କରାଯିବ ବୋଲି ଜଣା ପଡ଼ିଛି । ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ଭିସେରା ରିପୋର୍ଟ ଯାଞ୍ଚ ପାଇଁ ପଠାଯିବ । ଭାଷାଗତ ସମସ୍ୟା ରହୁଥିବାରୁ ଅନୁବାଦକଙ୍କ ସହଯୋଗ ଲୋଡ଼ିଛି କ୍ରାଇମବ୍ରାଞ୍ଚ । ଯେହେତୁ ମାମଲା ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ଅତି ସତର୍କତା ସହିତ ତଦନ୍ତ ହେଉଛି । ଋଷ ଦମ୍ପତ୍ତି ଏବଂ ଗାଇଡ ତଦନ୍ତରେ ସହଯୋଗ କରୁଥିବା ପ୍ରକାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଋଷ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଉଭୟଙ୍କୁ ଓଡିଶା ଛାଡି ନଯିବାକୁ କୁହାଯାଇଛି ।

ABOUT THE AUTHOR

...view details