ଓଡିଶା

odisha

ETV Bharat / state

ଦବିଲା ନାଗାବଳୀ ପୋଲ, ନିର୍ମାଣ ପରେ ୨ ମାସ ବି ତିଷ୍ଠିଲାନି - ନିର୍ମାଣର ୨ ମାସ ପରେ ଦବିଲା ନାଗାବଳୀ ପୋଲ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମା ଠାରେ ନବନିର୍ମିତ ପୋଲ ଦବିଲା । ନିର୍ମାଣ ଦୁଇ ମାସ ପରେ ଅସରାଏ ବର୍ଷାରେ ଦବିଲା ପୋଲ । ଅଧିକ ପଢ଼ନ୍ତୁ

crack in nagabali bridge
ଦବିଲା ନାଗାବଳୀ ପୋଲ

By

Published : Aug 2, 2023, 3:43 PM IST

Updated : Aug 2, 2023, 4:01 PM IST

ଦବିଲା ନାଗାବଳୀ ପୋଲ

ରାୟଗଡ଼ା:ଦବିଲା ନାଗାବଳୀ ପୋଲ । ନିର୍ମାଣ ହେବା ପରେ ଦୁଇ ମାସ ବି ତିଷ୍ଠି ପାରିଲାନ୍ତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମା ଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ପୋଲ ଦବିଛି । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ୱାଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଫଳରେ ପୋଲର ସ୍ଥାୟୀତ୍ବ ନେଇ ଉଠିଛି ପ୍ରଶ୍ନ ।

ସୂଚନା ଅନୁଯାୟୀ, ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ୱାରା ଏହି ପୋଲ ନିର୍ମାଣ ହୋଇଥିଲା । ଗତ ଜୁନ ପ୍ରଥମ ସପ୍ତାହରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଗତକାଲିଠାରୁ ଲଗାଣ ବର୍ଷାରେ ପୋଲ ଦବି ଯାଇଛି । କଲ୍ୟାଣସିଂହପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ଦୀର୍ଘ ଦୁଇ ବର୍ଷ ହେବ ଶିକରପାଇଠାରୁ କଲ୍ୟାଣସିଂହପୁର ବ୍ଲକ୍‌ ପର୍ଯ୍ୟନ୍ତ ନୂତନ ଭାବେ ରାସ୍ତା ନିର୍ମାଣ ସାଙ୍ଗକୁ ଆବଶ୍ୟକ ସ୍ଥାନ ମାନଙ୍କରେ ବ୍ରିଜ୍‌ କାମ ଚାଲି ଆସୁଛି । ତେବେ କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାକୁ ପ୍ରବେଶ ପଥରେ ନୂତନ ଭାବେ ନିର୍ମାଣ ହୋଇଥିବା ନାଗାବଳୀ ସେତୁର ୱାଲ୍‌ ଧଷି ଫାଟି ଆଁ କରିଛି । ଗତ ଦୁଇ ଦିନ ଧରି ଉକ୍ତ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିବା ଫଳରେ ୱାଲ ଦବିବା ସହ ଫାଟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:କଳାହାଣ୍ଡିରେ ବର୍ଷା ବିତ୍ପାତ: ଘରେ ଲହଡି ଭାଙ୍ଗୁଛି ପାଣି, ସ୍କୁଲରେ ଆଶ୍ରୟ ନେଲେ ଲୋକେ

ଏହିଭଳି ନିମ୍ନମାନର କାମକୁ ନେଇ ବାରମ୍ବାର ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବର୍ଷାରେ ବ୍ରିଜ୍‌ ୱାଲ ଦବିବା ଦ୍ୱାରା ଜାନବାହାନ ଚଳାଚଳରେ ଭୟ ସୃଷ୍ଟି ହେଉଛି । ରାୟଗଡ଼ା ଏବଂ କଲ୍ୟାଣସିଂହପୁରକୁ ସଂଯୋଗ କରୁଥିବା ଏହା ଏକମାତ୍ର ବ୍ରିଜ ହୋଇଥିବା ବେଳେ ବ୍ରିଜ ନିର୍ମାଣ ସମ୍ପୁର୍ଣ୍ଣ ନହେବା ପୂର୍ବରୁ ଫାଟ ହେବା ସାଧାରଣରେ ବିପଦ ସୃଷ୍ଟି କରିଛି ।

ଏହି ବ୍ରିଜ ଯାତାୟାତରେ ଏକ ମାତ୍ର ମାଧ୍ୟମ ହୋଇଥିବା ବେଳେ ନୂତନ ବ୍ରିଜ ନିର୍ମାଣ ୱାଲ ଦବିବା ସହ ଫାଟ ସୃଷ୍ଟି ହେବାର ଦେଖି କେତେବେଳେ ଯେ ବଡ଼ ଧରଣର ଅଘଟଣ ଘଟିବ ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମ୍ବିକା ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସାଇଡ ଓ୍ଵାଲ ଫାଟ ସାଙ୍ଗକୁ ଆପ୍ରୋଚ ରୋଡ଼ ଦବିଯାଇଥିବା କଥାକୁ ସ୍ୱୀକାର କରିଥିଲେ । ଘଟଣାର ଅନୁଧ୍ୟାନ ପାଇଁ ରାୟଗଡ଼ା ପୂର୍ତ୍ତ ବିଭାଗ ଏକ ଟିମ୍‌କୁ ସେଠାକୁ ପଠାଯାଇଛି । ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

Last Updated : Aug 2, 2023, 4:01 PM IST

ABOUT THE AUTHOR

...view details