ରାୟଗଡ଼ା: କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକ୍ରାନ୍ତ ବିଧେୟକ ସାଂସଦ ଗୃହୀତ ହେଲା ପରେ ଏହାକୁ ପ୍ରତିବାଦ କରିଛନ୍ତି ଭିବିନ୍ନ କିସାନ ୟୁନିଅନ । ଏହି ବିଲ କୃଷକ ବିରୋଧୀ ଓ ଏହା ଦ୍ୱାରା କୃଷକ ଓ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ରାୟଗଡା ଜିଲ୍ଲା ସିପିଆଇଏମଏଲ CPI(ML) ଶାଖା ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରାଯାଇଛି l
ଶୁକ୍ରବାର ଗୁଣୁପୁରର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ରାୟଗଡା ଜିଲ୍ଲା ସିପିଆଇଏମଏଲ ଶାଖାର ନେତୃତ୍ଵରେ ଏହି ବିଭିନ୍ନ ଛାମୁଆ ସଂଗଠନ ଗୁଣପୁର ସହରର ନୂତନ ବାସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏହାସହ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋପ ପ୍ରଦର୍ଶନ କରିଥିଲେ ।