ଓଡିଶା

odisha

By ETV Bharat Odisha Team

Published : Jan 12, 2024, 10:50 PM IST

ETV Bharat / state

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ, ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା ବିଜୟ

Students Injured In Nua O Programme: ଗତ ବୁଧବାର ଦିନ ରାୟଗଡ଼ାରେ ଅନୁଷ୍ଠିତ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମରେ ୨ ଛାତ୍ରୀ ଗୁରୁତର ହୋଇଥିଲେ । ଆଜି ପୀଡ଼ିତାଙ୍କ ପରିବାରକୁ ଭୋଟିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ , ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ
ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ , ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ , ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ରାୟଗଡ଼ା:ଜିଲ୍ଲାରେଗତ ୧୦ ତାରିଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମରେ ଯେଉଁ ଅଘଟଣ ଘଟିଲା ତାହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଆଜି ଦିନିକିଆ ରାୟଗଡ଼ା ଗସ୍ତରେ ଆସିଥିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କୁ ଭେଟିଥିଲେ । ନୂଆ-ଓ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଛାତ୍ରୀ ଦୀପାଞ୍ଜଳୀ ନାୟକ ଓ ଗୁଣପୁର ଥାୟାରାମ୍ମା ମହିଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ଛାତ୍ରୀ ମେନକା ଶବର ଆହତ ହୋଇଥିଲେ । ଉଭୟ ଆହତଙ୍କୁ ସହ ଭେଟିବା ସହ ତାଙ୍କ ପରିବାରକୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ।

ପ୍ରକାଶ ଥାଉ କି ବୁଧବାର ଦିନ ନୂଆ ଓ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ଖାଦ୍ୟ ପାଇଁ ଠେଲାପେଲା ବେଳେ ଜଣେ ଛାତ୍ରୀ ଦୀପାଞ୍ଜଳୀ ନାୟକଙ୍କ ଗୋଡ଼ରେ ଗରମ ତେଲ ପଡି ଯାଇଥିଲା ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଠେଲା ପେଲାରେ ଆଉ ଜଣେ ଛାତ୍ରୀ ମେନେକା ଶବର ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ସ୍କୁଲ, କଲେଜର ପାଖାପାଖି ୧୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ତେବେ ଆହତ ଦୁଇ ଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 30 ହଜାର ଓ 20 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହାପରେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲା । ଏହି ଅଘଟଣ ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଶଙ୍ଖ ଚିହ୍ନକୁ ବ୍ୟବହାର କରାଯାଇଥିଲା । ଏନେଇ ନିର୍ବାଚନ କମିଶନରଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୟ ।

ଏହା ମଧ୍ୟ ପଢନ୍ତୁ....ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ, ଗରମ ତେଲ ପଡି ଛାତ୍ରୀ ଗୁରୁତର

ଏପରିକି ସେ କଲେଜ ଅଧ୍ୟକ୍ଷ ମାନଙ୍କ ନାମରେ ମାମଲା ରୁଜୁ କରିବା ଆବଶ୍ୟକ ବୋଲି କହିଛନ୍ତି । ବିଜୟଙ୍କ ଏହି ଗସ୍ତ ସମୟରେ ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ ନେତା ଆପଲସ୍ୱାମୀ କାଡ୍ରାକା, ଯୁବନେତା ସତ୍ୟଜିତ ଗମାଙ୍ଗ, ଅସଲମ ଖାନ୍, ଭୁଷଣ ବିଡିକା ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ଆଜି ରାୟଗଡା ବିଧାୟକ ମଧ୍ୟ ଡାକ୍ତରଖାନା ଯାଇ ପୀଡ଼ିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ରାୟଗଡ଼ା , ଇଟିଭି ଭାରତ

ABOUT THE AUTHOR

...view details