ଓଡିଶା

odisha

ETV Bharat / state

ଅର୍ଥ ବଳରେ ବିଜେଡି ହାତେଇଛି ଅଧ୍ୟକ୍ଷ ପଦ, ଥାନାରେ କଂଗ୍ରେସର ଫେରାଦ

ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅର୍ଥ ଏବଂ ଭୟଭୀତ କରି ହାତେଇବା ନେଇ ଥାନାରେ କଂଗ୍ରେସ ଅଭିଯୋଗ କରିଛି। ଅଧିକ ଖବର ପଢନ୍ତୁ...

By

Published : Feb 28, 2020, 6:59 PM IST

congress file fir
ଅର୍ଥ ବଳରେ ବିଜେଡି ହାତେଇଛି ଅଧକ୍ଷ ପଦ, ଥାନାରେ କଂଗ୍ରେସର ଫେରାଦ

ରାୟଗଡା: ସରିଯାଇଛି ରାୟଗଡା ଜିଲ୍ଲା ପରିଷଦ ନିର୍ବାଚନ । ହେଲେ ନିର୍ବାଚନରେ ଘୋଡା ବେପାର ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ରାୟଗଡା ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡିର ଅଧକ୍ଷ ପଦ ହାତେଇବାକୁ ନେଇ ଅର୍ଥ ଏବଂ ଭୟଭୀତ କରାଯାଇଥିବା ଆଜି ଜିଲ୍ଲା କଂଗ୍ରେସ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛି ।

ଅର୍ଥ ବଳରେ ବିଜେଡି ହାତେଇଛି ଅଧକ୍ଷ ପଦ, ଥାନାରେ କଂଗ୍ରେସର ଫେରାଦ

ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ବିଜେଡିର ୭ ଜଣ ସଦସ୍ୟ ଥିବାବେଳେ ୧୩ ସଂଖ୍ୟା ଭୋଟ ପାଇ ଅଧକ୍ଷ ପଦ ହାତେଇବାକୁ ଅନ୍ୟ ୬ ଜଣ ସଦସ୍ୟ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଭୟଭୀତ କରି ଅଧକ୍ଷ ପଦ ହାତେଇଛନ୍ତି ।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ କର୍ମୀ ମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଯଦି ତଦନ୍ତ ଠିକ ଭାବେ ନହୁଏ ତେବେ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details