ଓଡିଶା

odisha

ଅର୍ଚ୍ଚନା ନାଗ ମାମଲା: ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କଲା କଂଗ୍ରେସ

By

Published : Oct 22, 2022, 12:29 PM IST

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଶାସକ ଦଳର ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ରାୟଗଡ଼ା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ । ଅଧିକ ପଢ଼ନ୍ତୁ

congress demand resignation of minister jagannath saraka on archna nag case
ଅର୍ଚ୍ଚନା ନାଗ ମାମଲା: ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ରାୟଗଡ଼ା:ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ବିରୋଧି ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଆଇନ ଏବଂ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମ୍ପୃକ୍ତି ଥିବା ନେଇ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି ।

ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଏହି ମାମଲାରେ ଛନ୍ଦି ହୋଇଥିବା ଶାସକ ଦଳର ମନ୍ତ୍ରୀ ବିଧାୟକ ଏବଂ ବିଜେପିର ବିଧାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ଲୋକ ଲୋଚନ ଆଣିବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଜିଲ୍ଲା ଯୁବ କଂଗ୍ରେସ । ନ୍ୟାୟିକ ଓ ନିରପେକ୍ଷ ତଦନ୍ତ କରି ଆଇନ ଏବଂ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆସଲାମ ଖାନ, ଉପ ସଭାପତି ଡି. ସୁଧୀର ଏବଂ ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ପାଦଧିକାରୀ ବୃନ୍ଦ ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ

ସୂଚନା ଥାଉକି, ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ତାଲିକା କରିବାକୁ ଦାବି ଜୋର ଧରିଛି । ତା ସହିତ ଅର୍ଚ୍ଚନା ସ୍କାଣ୍ଡାଲ୍‌ ତଦନ୍ତ ନେଇ ପୋଲିସ ଉପରେ ଶାସକ ଦଳ ଚାପ ପକାଉଥିବା ଅଭିଯୋଗ ହୋଇଛି । ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଅନେକ ନେତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେଣୁ ଅର୍ଚ୍ଚନା ଗିରଫର ୧୫ ଦିନ ପରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details