ଓଡିଶା

odisha

ETV Bharat / state

ଶାନ୍ତ ପଡିଲା ରାୟଗଡା, ଗୋଷ୍ଠୀ ସଂଘର୍ଷର ଘଟିଲା ଅନ୍ତ

ଦୁଇ ଦିନ ଧରି ଜିଲ୍ଲାରେ ଲାଗିରହିଥିବା ରାଜନୈତିକ ଗୋଷ୍ଠୀ ସଂଘର୍ଷର ଅନ୍ତ ଘଟିଛି । ଶାନ୍ତି କମିଟି ହସ୍ତକ୍ଷେପ ଯୋଗୁଁ ଉତ୍ତେଜନା ହ୍ରାସ ପାଇଛି ।

By

Published : Jul 14, 2019, 9:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡ଼ା: ଜିଲ୍ଲାରେ ଲାଗିରହିଥିବା ରାଜନୈତିକ ଗୋଷ୍ଠୀ ସଂଘର୍ଷର ଅନ୍ତ ଘଟିଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇ ମାମଲାକୁ ଶାନ୍ତ କରାଯାଇଛି । ଏହି କମିଟିରେ ଦୁଇ ସାହିର ପୁରୁଖା ବ୍ୟକ୍ତି ଓ କିଛି ଆଞ୍ଚଳିକ ନେତା ସାମିଲ ରହିଥିଲେ । ଏହାସହ ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ, ସ୍ଥାନୀୟ ଥାନା ଅଧିକାରୀ ଓ ବିଡ଼ିଓ ରାଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତି ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଉଲ୍ଲେଖଥାଉ କି, ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ର କରି ଗତ ଶୁକ୍ରବାର ରାତିରେ ନୂଅସାହି ଓ ଆଞ୍ଜିଆ ପେଟା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା । ଏଥିରେ ଦୁଇ ସାହିରୁ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଏହାକୁ ନେଇ ଦୁଇ ଦିନ ଧରି ସହରରେ ଉତ୍ତେଜନା ଲାଗି ରହିଥିଲା ।

ଏହି ଗୋଷ୍ଠୀ କନ୍ଦଳରେ ପୋଲିସ ଉପରକୁ ଢ଼େଲା, ମଦବୋତଲ ମାଡ଼ ସାଙ୍ଗକୁ ପୋଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବାରୁ ସ୍ଥାନୀୟ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ତେବେ ସମ୍ପୃକ୍ତ ମାମଲା ଦୁଇଟିରେ ୭ ବର୍ଷରୁ କମ ସଜା ଥିବାରୁ ଉଭୟ ପକ୍ଷର ଗିରଫ ୮ ଜଣଙ୍କୁ ଥାନାରୁ ଜାମିନ ମଞ୍ଜୁର କରାଯାଇଥିବା କହିଛନ୍ତି ଏସପି ଶ୍ରବଣ ବିବେକ ।

ରାୟଗଡରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details