ରାୟଗଡା: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାୟଗଡାରେ ଦେଖିବାକୁ ମିଳିଛି ଏହି ଉତ୍ସବର ମାହୋଲ । ଏହି ଅବସରରେ ଜିଲ୍ଲାରେ ବହିଯାଉଥିବା ବଂଶଧାରା, ନାଗାବଳୀ ଓ ମହେନ୍ଦ୍ର ତନୟା ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମାତ୍ର ଅନ୍ୟପଟେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟିଛି ।
କାର୍ତ୍ତୀକ ପୁର୍ଣ୍ଣିମାରେ ଅଘଟଣ: ବୋଇତ ବନ୍ଦାଣ ସମୟରେ ପୃଥକ ଘଟଣାରେ ଦୁଇ ମୃତ ବଡି ଭୋରୁ କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ । କଦଳୀ ବାହୁଙ୍ଗାରୁ ପ୍ରସ୍ତୁତ ଡଙ୍ଗାରେ ପାନ, ଗୁଆ ଥୋଇ 'ଆ କା ମା ବୈ' ଡାକରେ ଫାଟି ପଡୁଥିଲା ନଦୀ ପୁଷ୍କରଣୀ ତୁଠ । ସେପଟେ କାର୍ତ୍ତିକ ହବିଷଳୀ ନଦୀ କୂଳରେ ବାଲୁକା ସ୍ଥାପନ କରି ଭୀମା ପୂଜା ସହ ରାଇ ଦାମୋଦରଙ୍କୁ ପୂଜା କରିଥିଲା ।
ମାତ୍ର ଅନ୍ୟପଟେ ନାଗାବଳୀ ଏବଂ ବଂଶଧାରା ନଦୀରେ ବୋଇତ ବନ୍ଦାଣ ସମୟରେ ଅଘଟଣ ଘଟିଛି । ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଜଣେ ଇଞ୍ଜିନିୟରିଂ ଛାତ୍ର ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଛାତ୍ର ଜଣକ ହେଲେ ସୁମନ ବେହେରା ଓ ତାଙ୍କ ଘର ମୁନିଗୁଡ଼ାରେ । ସେ ସ୍ଥାନିୟ ୟୁଜିଏମ୍ଆଇଟିରେ ଦ୍ବିତୀୟ ବର୍ଷ ଡିପ୍ଲୋମା ଛାତ୍ର ଥିଲେ । ମଙ୍ଗଳବାର ସୁମନ ବଡ଼ି ଭୋରରୁ 4 ଜଣ ସାଙ୍ଗଙ୍କ ସହିତ ବୋଇତ ଭସାଇବାକୁ ଝୁଲାପୋଲ ନିକଟକୁ ଯାଇଥିଲେ ।
ସେହିଭଳି ରାମଣାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ବଂଶଧାରା ନଦୀରେ ମଧ୍ୟ ବୋଇତ ଭସାଣ ବେଳେ ଆଉ ଜଣେ ଯୁବକ ଭାସିଯାଇ ପ୍ରାଣ ହରାଇଛନ୍ତି । ମୃତ ଯୁବକ ହେଲେ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର 16 ବର୍ଷୀୟ ସନ୍ତୋଷ ଜେନା । ପରିବାର ସହ ସନ୍ତୋଷ ଭୋରରୁ ବୋଇତ ଭସାଇବାକୁ ବଂଶଧାରା ନଦୀକୁ ଯାଇଥିଲେ । ବୋଇତ ଭସାଇବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା ଫଳରେ ସେ ମଧ୍ୟ ବଂଶଧାରା ନଦୀରେ ଭାସିଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନି ପହଁଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ