ଓଡିଶା

odisha

କର୍ମୀଙ୍କୁ ବଳ ଦେବାକୁ ରାୟଗଡାରେ ବିଜେପିର ପ୍ରଶିକ୍ଷଣ ଶିବିର

By

Published : Dec 6, 2020, 10:28 AM IST

ରାୟଗଡ଼ା ଜିଲ୍ଲା ବିଜେପିର ପ୍ରଥମ ପ୍ରଶିକ୍ଷଣ ଶିବିର ମୁନିଗୁଡା ସୌଣ୍ଢିକ ଭବନ ଠାରେ ବିଷମକଟକ ନିର୍ବାଚନମଣ୍ଡଳୀ ବିଜେପି କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ବିଜେପିର ପ୍ରଥମ ପ୍ରଶିକ୍ଷଣ ଶିବିର ଆୟୋଜିତ
ବିଜେପିର ପ୍ରଥମ ପ୍ରଶିକ୍ଷଣ ଶିବିର ଆୟୋଜିତ

ରାୟଗଡା: ବିଜେପିର ପ୍ରଶିକ୍ଷଣ ଶିବିର ଆୟୋଜିତ । ରାୟଗଡ଼ା ଜିଲ୍ଲା ବିଜେପିର ପ୍ରଥମ ପ୍ରଶିକ୍ଷଣ ଶିବିର ମୁନିଗୁଡା ସୌଣ୍ଢିକ ଭବନ ଠାରେ ବିଷମକଟକ ନିର୍ବାଚନମଣ୍ଡଳୀ ବିଜେପି କର୍ମକାର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।

ବିଜେପିର ପ୍ରଥମ ପ୍ରଶିକ୍ଷଣ ଶିବିର ଆୟୋଜିତ

ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ 10ଟି ବିଷୟ ଉପରେ ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ନିର୍ବାଚନ ମଣ୍ଡଳୀର ମୁନିଗୁଡା, ବିଷମକଟକ, କୋଲନରା ଓ କଲ୍ୟାଣସିଂପୁର ବ୍ଲକର 8ଟି ମଣ୍ଡଳର କର୍ମୀ ତାଲିମ ଗ୍ରହଣ କରିଛନ୍ତି।

ଆଗାମୀ ଦିନରେ ବିଜେପିକୁ ସଂଗଠିତ କରିବା ସହ ଆଗାମୀ ସମସ୍ତ ନିର୍ବାଚନରେ ଦଳକୁ ବିଜୟୀ କରାଇବା ନେଇ କାର୍ଯ୍ୟ କରିବାକୁ ଗୁରୁମନ୍ତ୍ର ଦିଆଯାଇଛି। ଏହି ଅବସରରେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପାଧକ୍ଷ କାଳୀରମ ମାଝି, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରଜତ ମାଦଳା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ରାମଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ରାମକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ କର୍ମକାର୍ତ୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ କଂଗ୍ରେସ ଓ ବିଜେଡ଼ିର କିଛି ଯୁବନେତା ବିଜେପିରେ ଯୋଗଦାନ କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details