ଓଡିଶା

odisha

ETV Bharat / state

ନବରଙ୍ଗପୁର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜିଲା ରାଜନୀତି

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା ଧିରେ ଧିରେ ରାଜନୀତି ରଙ୍ଗ ଧରିଲାଣି । ପୀଡିତାଙ୍କ ପରିବାରକୁ ନ୍ୟାୟ ବଦଳରେ ଏବେ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଛି ବୟାନ ବାଜି ।

By

Published : Dec 28, 2019, 8:25 PM IST

sanjaya dasbarma
କସାଗୁମୁଡା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜିଲା ରଜନୀତି

ରାୟଗଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଗୁମଣ୍ଡଳୀ ଗ୍ରାମର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା ଧିରେ ଧିରେ ରାଜନୀତି ରଙ୍ଗ ନେଲାଣି । ପୀଡିତାଙ୍କ ପରିବାରକୁ ନ୍ୟାୟ ବଦଳରେ ଏବେ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଛି ବୟାନ ବାଜି ।

କସାଗୁମୁଡା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜିଲା ରଜନୀତି

ସେପଟେ ଏହି ଘଟଣାକୁ ଦେଖୁ ଦେଖୁ 15 ଦିନ ବିତି ଯାଇଥିବାବେଳେ ପୋଲିସର ହାତ ଖାଲି । ଅନ୍ୟପଟେ ନିକଟରେ ଏହି ଘଟଣାରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଏକ ପ୍ରତିକ୍ରିୟାକୁ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଦର୍ଥ କରି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ।

ଆଜି(ଶନିବାର) ରାୟଗଡାରେ ସାମ୍ବାଦିକ ସମ୍ମିଳିନୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଏହି ଘଟଣାରେ ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି । ସେପଟେ ମହିଳା କଂଗ୍ରେସ ଏହାର ପ୍ରତିବାଦରେ ନବରଙ୍ଗପୁର ଠାରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ତାଙ୍କୁ ନବରଙ୍ଗପୁର ମାଟିରେ ପୁରେଇ ଦେବେନି ବୋଲି କହିଛିନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details