ଓଡିଶା

odisha

ETV Bharat / state

ଗୁଣୁପୁର ଗୌରୀ ମିଶ୍ର ହତ୍ୟାକାଣ୍ଡକୁ ବିତିଲା 30 ଦିନ, ହତ୍ୟାକାରୀରେ ପତ୍ତା ପାଉନି ପୋଲିସ - ଗୁଣୁପୁର ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ଘଟଣା

30 ବିତିଲା ଗୁଣୁପୁର ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ଘଟଣା । ଅପରାଧୀର ଟେର ପାଉନି ପୋଲିସ । ଅଧିକ ପଢ଼ନ୍ତୁ

30 ବିତିଲା ଗୁଣୁପୁର ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ଘଟଣା
30 ବିତିଲା ଗୁଣୁପୁର ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ଘଟଣା

By

Published : Jun 13, 2023, 7:13 AM IST


ରାୟଗଡା:ଗୁଣୁପୁର ଚର୍ଚ୍ଚିତ ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ଘଟଣାକୁ ପୂରିଲା 30 ଦିନ । ହେଲେ ଏବେ ବି ପୋଲିସର ହାତ ଖାଲି । ସହରର ଜନଗହଳି ପୂର୍ଣ୍ଣ ବଂଶଧାରା ବ୍ରିଜ ଉପରେ ଜଣେ ଆତତାୟୀଙ୍କ ଗୁଳିମାଡରେ ଆଶା ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର ଟଳି ପଡିଥିଲେ । ଏଭଳି ଘଟଣା ପରେ ସହରରେ ଆତଙ୍କ ଖେଳିଯାଇଥିଲା । ହତ୍ୟାକାଣ୍ଡର 30ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀକୁ ଧରି ପାରି ନାହିଁ । ଯାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଗତ ୧୩ ତାରିଖ ରାତିରେ ଏପରି କାଣ୍ଡ ଘଟାଇଥିଲେ ଦୁର୍ବୃତ୍ତ । ସହରର ପୁରୁଣା ଷ୍ଟେଟବ୍ୟାଙ୍କ ସାହିର ଆଶା ସଂସ୍ଥାର ନିର୍ଦ୍ଦେଶକ ଗୌରୀ ମିଶ୍ର ଓଭରବ୍ରିଜ ନିକଟରେ ସାଙ୍ଗ ମେଳିରେ ଠିଆ ହୋଇଥିଲେ । ଏହି ସମୟରେ ଅଚାନକ ଏକ ବାଇକରେ 3ଜଣ ବ୍ୟକ୍ତି ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରି ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ସହରର ଚାରି ପାର୍ଶ୍ବରେ ଥିବା ଥାନାକୁ ସୂଚନା ଦେଇଥିଲା ସହ ଘଟଣାର ଅଧିକା ଅନୁସନ୍ଧାନ ଆରମ୍ଭ କରିଥିଲା । ପୋଲିସ ମୃତ ଗୌରୀଙ୍କ ଆଶା ସଂସ୍ଥାର କର୍ମକର୍ତ୍ତା, ସାଙ୍ଗସାଥି ଓ ପରିବାର ଲୋକଙ୍କ ବିଭିନ୍ନ ସମୟରେ ଥାନାକୁ ଡାକି ପଚାରାଉଚରା କରୁଛି । ଅନ୍ୟପକ୍ଷରେ ଜମିଜମା ନା ସମ୍ପତ୍ତି କମ୍ବା ଅନ୍ୟକାରଣ ଏଭଳି ହତ୍ୟକାଣ୍ଡ ଘଟିଛି ସେନେଇ ପୋଲିସ ତନାଘନା କରୁଛି ।

ଗତ ମାସ ୧୪ତାରିଖରେ ରାୟଗଡାର ସାଇଣ୍ଟିଫିକ ଟିମ ହତ୍ୟା ସ୍ଥାନ ଓ ମୃତ ଶରୀର, ପାରିପାଶ୍ୱର୍କ ପରିସ୍ଥିତିର ତଦନ୍ତ କରି ଫେରିଥିଲେ । କେଉଁ କାରଣ ନେଇ ଏହିଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ସେନେଇ ସହରରେ ଚର୍ଚ୍ଚା ଲାଗି ରହିଥିବାବେଳେ ପୁଲିସ ଏ ଯାଏଁ ଦୃବୁର୍ତ୍ତଙ୍କୁ ଚିହ୍ନଟ କରିବା କିମ୍ବା ହତ୍ୟାର କାରଣ ଖୋଜିବାରେ ସକ୍ଷମ ହୋଇପାରିନାହିଁ । ଏନେଇ ପୋଲିସ ଏସଡିପିଓ ବିକାଶ ବେହୁରାଙ୍କୁ ପଚାରିବାରୁ ହତ୍ୟାର ରାରିପାଶ୍ୱର୍ ତଦନ୍ତ ଶେଷ ପର୍ଯ୍ୟାୟରେ ଅତି ଶୀଘ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ମୃତ ଗୌରୀ ପିଲାଦିନରୁ ଅତି ସରଳ ଥିବା ସହ ଏକ ସଂସ୍ଥାରେ ଯୋଗଦେଇ ବିଭିନ୍ନ ଅଞ୍ଚଳରେ ସେବାମୂଳକ କାର୍ଯ୍ୟ କରି ଆସୁଥିଲେ । କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଗଲା ସେନେଇ ଦୀର୍ଘ 30ଦିନ ହେଲା ପୋଲିସ ଖୋଳତାଡ କରୁଥିଲେ ସୁଦ୍ଧା ସୁରାକ୍‍ ପାଇବାରେ ନାକେଦମ ହେଲାଣି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details