ରାୟଗଡ଼ା: ମହାମାରୀ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ସୀମା ସିଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ହେଲେ ଏହାର କୌଣସି ପ୍ରଭାବ ପଡିନାହିଁ ଆନ୍ଧ୍ର ସୀମାରେ । କେବଳ ଦୁଇ ତିନି ଜଣ ସାଧା ପୋଷାକ ଧାରି କନେଷ୍ଟବଳଙ୍କୁ ଛାଡିଦେଲେ ଆଉ କାହାର ଦେଖା ନହିଁ ।
ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର, ଖୋଲାମେଲା ପଡ଼ିଛି ଆନ୍ଧ୍ର ସୀମା - corona
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ ପରେ ବି ଏହାର ପ୍ରଭାବ ପଡିନାହିଁ ଆନ୍ଧ୍ର ସୀମାରେ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ସୀମା ସିଲ ହୋଇଥିବା ବେଳେ ଖୋଲାମେଲା ପଡ଼ିଛି ଆନ୍ଧ୍ର ସୀମା । ଅଧିକ ପଢନ୍ତୁ...
ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର, ଖୋଲାମେଲା ପଡ଼ିଛି ଆନ୍ଧ୍ର ସୀମା
ଅପରପକ୍ଷେ ରାୟଗଡା ପୁଲିସ ଜିଲ୍ଲାର ଚାରିଗୋଟି ଅନ୍ତରାଜ୍ୟ ସୀମାନ୍ତ ରାସ୍ତାକୁ ସିଲ କରିଛି । ଏଥିସହିତ ସୀମାରେ ଆଇନଶୃଙ୍ଖଳା ବଜାୟ ରଖିବା ନିମନ୍ତେ ମୋଟ ୯ ପ୍ଲାଟୁନ ଫୋର୍ସ ମୁତୟନ କରିବା ସହ ରାଜ୍ୟ ସୀମାରେ ସିଆରପିଏଫ , ବିଏସଫ ଏବଂ ଆଇଆରବି ଯବାନଙ୍କୁ ମୁତୟନ କରାଯାଇଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ