ଓଡିଶା

odisha

ETV Bharat / state

ବିବାଦରେ ଏକମାତ୍ର ସ୍ବାଧୀନ ବିଧାୟକ, ହାଇକୋର୍ଟରେ ମାମଲା ଦାଏର - ମାମଲା ଦାୟର

ରାୟଗଡା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସେ ନିର୍ବାଚନ ଲଢିଥିବା ଅଭିଯୋଗ ହୋଇଛି । ଏନେଇ ଆର. ହରିଶ ନାମକ ଜଣେ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jul 3, 2019, 10:37 PM IST

ରାୟଗଡା: ବିବାଦରେ ନବନିର୍ବାଚିତ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ତାଙ୍କ ବିରୁଦ୍ଧରେ ହାଇକୋର୍ଟରେ ଦାଖଲ ହୋଇଛି ମାମଲା । ବିଧାୟକ ମକରନ୍ଦ ମୁଦୁଲି ଜାଲ୍ ଜାତିଗତ ପ୍ରମାଣ ଦାଖଲ କରି ନିର୍ବାଚନ ଲଢିଥିବା ନେଇ ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ରାୟଗଡାର ଆର.ହରିଶ ପଟ୍ଟନାୟକ ନାମକ ବ୍ୟକ୍ତି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ନିର୍ବାଚନ ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଏକ ମାମଲା ଦାଏର କରିଛନ୍ତି । ସେ କରିଥିବା ଆବେଦନରେ ଦର୍ଶାଇଛନ୍ତି, ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଜଣେ ଝୋଡିଆ ସମ୍ପ୍ରଦାୟର । ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ । ଏଥିପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି । ହେଲେ ସେ କିଭଳି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବାଚନ ଲଢିଲେ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ରାୟଗଡାରେ ରାଜନୀତି ସରଗରମ ହେବାରେ ଲାଗିଛି ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details