ଓଡିଶା

odisha

By

Published : May 15, 2021, 9:01 PM IST

ETV Bharat / state

ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ପାଇଁ ରଥ କାଠର ଅନୁକୂଳ ହୋଇଛି । ଅଧିକ ପଢନ୍ତୁ...

ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ
ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ

ରାୟଗଡା: ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ପାଇଁ ରଥ କାଠର ଅନୁକୂଳ ହୋଇଛି । ଫଳରେ ଆଜି(ଶନିବାର) ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ

ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ଥିବା ବେଳେ ହାତଗଣତି ସେବାୟତଙ୍କ ଦ୍ବାରା ରଥକାଠ ଅନୁକୁଳ ହୋଇଛି । ସକାଳୁ ମନ୍ଦିରରୁ ତିନି ଠାକୁରଙ୍କ ଆଗ୍ୟାମାଳ ଆଣି ମନ୍ଦିରର ମୁଖ୍ୟ ପୂଜକ ପ୍ରଭାକର ପଣ୍ଡା ରଥ ଖଳାରେ ପହଁଞ୍ଚିବା ପରେ ଆରମ୍ଭ ହୋଇଥିଲା ରଥ ନୁକୁଳକାମ ।

ରଥ କାଠ ଅନୁକଳ ସମୟରେ ରାଜପୁରୋହିତଙ୍କ ପ୍ରତିନିଧୀ ବିରଞ୍ଚି ଦାସ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ପରେ ରଥ ନିର୍ମାଣ ପାଇଁ ଚିନୁ ମହାରଣା ଏବଂ ବଳ ଗୈଡ଼ଙ୍କୁ ଜଗନ୍ନାଥଙ୍କ ଆଗ୍ୟାମାଳ ନେଇ ରାଥ ନିର୍ମାଣର ଶୁଭାରମ୍ଭ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details