ଓଡିଶା

odisha

ETV Bharat / state

ପୁଣି ଫେରିଲା ନାଇଟ କର୍ଫ୍ୟୁ, ପ୍ରଥମ ଦିନରୁ ହିଁ ଶୂନଶାନ ସହର - A night curfew has been imposed in Rayagada district

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାୟଗଡା ଜିଲ୍ଲାରେ ଗତକାଲି(ଶନିବାର)ଠାରୁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ...

ରାୟଗଡା ନାଇଟ କର୍ଫ୍ୟୁ
ରାୟଗଡା ନାଇଟ କର୍ଫ୍ୟୁ

By

Published : Apr 18, 2021, 7:36 AM IST

ରାୟଗଡା: କୋଭିଡ ସଂକ୍ରମଣ ରୋକିବାକୁ ସାରା ରାଜ୍ୟକୁ ଫେରିଛି ରାତ୍ରୀକାଳୀନ କର୍ଫ୍ୟୁ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାୟଗଡା ଜିଲ୍ଲାରେ ଗତକାଲି(ଶନିବାର)ଠାରୁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ରାସ୍ତା ଉପରେ ସମସ୍ତ ପୋଲିସ ଅଧିକାରୀ । ସହରର ପ୍ରବେଶ ଦ୍ଵାର ଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ପୁଲିସର ଛାଉଣୀ ।

ରାୟଗଡା ନାଇଟ କର୍ଫ୍ୟୁ

ରାତି ଆଧରେ ମଧ୍ୟ ଡାକବାଜି ଯନ୍ତ୍ର ଦ୍ବାରା ତୁହାକୁ ତୁହା ପ୍ରଚାର କରାଯାଇଛି। ଆଉ ସମଗ୍ର ସହରକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସିଲ କରିଦିଆ ଯାଇଛି । ରାୟଗଡା ଜିଲ୍ଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଉ କୋଭିଡ ଗାଇଡଲାଇନକୁ ପାଳନ କରୁନଥିବା କେତେକ ଅମାନିଆଙ୍କ ପାଇଁ ଜିଲ୍ଲାର ସ୍ଥିତି ଅଣାୟତ୍ତ ଆଡକୁ ଗତି କରୁଛି ।

ତେବେ ରାତ୍ରୀକାଳିନ କର୍ଫ୍ୟୁ ସୀମା ଭିତରକୁ ପ୍ରବେଶ କରୁଥିବା ଲୋକଙ୍କୁ ରୋକିବାରେ ସହାୟକ ହୋଇପାରିବ ବୋଲି ଆଧିକାରୀ ମାନେ କହିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସହରରେ ଚେକିଂକୁ କଡ଼ାକଡି କରାଯାଇଛି । ରାୟଗଡା ଜିଲ୍ଲର ଗୁଣପୁର , ଗୁଡରି ଏବଂ ରାୟଗଡା ମ୍ୟୁନିସିପାଲଟିରେ ଶନିବାରଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି ।

ସହରରେ ସ୍ଥିତି ପରଖିବା ପାଇଁ ନିଜେ ଏସପି ବିବେକାନନ୍ଦ ଶର୍ମା ପଇଁତରା ମରିଥିବା ବେଳେ ତହସିଲଦାର ଉମାଶାଙ୍କର ବେହେରାଙ୍କ ନେତୃତ୍ବରେ ସହରରେ ପୋଲିସ ବାହିନୀ କଡା ଗାଳି କାନ୍ଦି ବୁଲି ଯାଞ୍ଚ ପରତାଳ ଆରମ୍ଭ କରିଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details