ଓଡିଶା

odisha

ETV Bharat / state

ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ - ୭୪ତମ ସାଧାରଣତନ୍ତ୍ର ଦିବସ

ଆଜି ତ୍ରିରଙ୍ଗାମୟ ଦିଲ୍ଲୀରୁ ପଲ୍ଲୀ । ରାୟଗଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ । ଅଧିକ ପଢନ୍ତୁ

ରାୟଗଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ରାୟଗଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

By

Published : Jan 26, 2023, 4:47 PM IST

ରାୟଗଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡ଼ା:ରାୟଗଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ କଡା ସୁରକ୍ଷା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ସ୍ଥାନୀୟ ଜି.ସି.ଡି ଉଚ୍ଚବିଦ୍ୟାଳୟ ପଡିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ଵଧାଦେବ ସିଂହ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ନିଜର ଅଭିଭାଷଣରେ ଜିଲ୍ଲାପାଳ ଜିଲ୍ଲାରେ ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ, ରେଳବାଇ ତରଫରୁ ମଝିଘରିଆଣୀ ମନ୍ଦିରକୁ ଜମି ହସ୍ତାନ୍ତର , ପ୍ରଶାସନ ଅଧିନକୁ ଜେଏସକୋର ୫୦୬ ଏକର ଜମି ଫେରସ୍ତ ଜିଲ୍ଲା ପାଇଁ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ।

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆୟୋଜିତ ପରେଡରେ ସିଆରପିଏଫ, ବିଏସଏଫ, ଓଏସଏପି, ଜିଲ୍ଲା ପୋଲିସ, ଏନସିସି ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମୋଟ ୨୫ଟି ଦଳ ଅଂଶଗ୍ରହଣ କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର କୁନି କୁନି ପିଲା ନୃତ୍ୟ ପରିବେଷଣ କରିଥିଲେ । ଏହାସହିତ ଜିଲ୍ଲାର ଶ୍ରେଷ୍ଠ କର୍ମଚାରୀ ଓ କ୍ରୀଡାବିତଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

୧୯୫୦ ମସିହା ଆଜିର ଦିନରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଦିବସଟି ପ୍ରତିଟି ଭାରତୀୟବାସୀଙ୍କ ପାଇଁ ହୋଇଥାଏ ଗର୍ବ ଓ ଗୌରବର ଦିନ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହୋଇଥିଲା ହେଲେ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବି.ଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ, ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬କୁ ସାଧାରଣତନ୍ତ୍ର ଦିବସ ପାଳନ ଭାବେ ପାଳନ କରାଯାଉଛି । ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଚାରିଆଡେ ଫର୍‌ଫର୍ ହୋଇ ତ୍ରିରଙ୍ଗା ଉଡୁଛି । ସବୁଠି ଜାତୀୟ ସଙ୍ଗୀତ ଶୁଣାଯାଇଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details