ଓଡିଶା

odisha

ETV Bharat / state

ରାୟଗଡା ମୁନୁସଗାଁ ପଞ୍ଚାୟତରେ ଝାଡାବାନ୍ତି ଆତଙ୍କ, 6 ଆକ୍ରାନ୍ତ

ଝାଡାବାନ୍ତି କାଶୀପୁର ବ୍ଲକ ମୁନୁସଗାଁ ପଞ୍ଚାୟତ ଅନ୍ତର୍ଗତ ପୁକିମସ୍କା ଗ୍ରାମରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି । ଏଥିରେ 6 ଜଣ ଆକ୍ରାନ୍ତ ହୋଇଛନ୍ତି । ଅଧକ ପଢନ୍ତୁ...

By

Published : Jun 30, 2020, 9:50 PM IST

Updated : Jun 30, 2020, 10:17 PM IST

ରାୟଗଡା ପୁକିମସ୍କା ଗ୍ରାମରେ ଝାଡାବାନ୍ତି ଆତଙ୍କ, 600 ଆକ୍ରାନ୍ତ
ରାୟଗଡା ପୁକିମସ୍କା ଗ୍ରାମରେ ଝାଡାବାନ୍ତି ଆତଙ୍କ, 600 ଆକ୍ରାନ୍ତ

ରାୟଗଡା: ଜିଲ୍ଲାର କାଶୀପୁର ବ୍ଲକ ମୁନୁସଗାଁ ପଞ୍ଚାୟତ ଅନ୍ତର୍ଗତ ପୁକିମସ୍କା ଗ୍ରାମରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି । ଏଥିରେ 6 ଜଣ ଆକ୍ରାନ୍ତ ହୋଇଛନ୍ତି । ସୋମବାର ସନ୍ଧ୍ୟାରୁ ଏହା ଆରମ୍ଭ ହୋଇଥିବା ଆକ୍ରାନ୍ତଙ୍କ ପରିବାର ଲୋକ କହିଛନ୍ତି ।

ରାୟଗଡା ପୁକିମସ୍କା ଗ୍ରାମରେ ଝାଡାବାନ୍ତି ଆତଙ୍କ, 600 ଆକ୍ରାନ୍ତ
ତେବେ ଝାଡାବାନ୍ତି ଲାଗି ରହିଥିଲେ ମଧ୍ୟ ଯାନବାହାନ ତଥା ଯାତାୟତର ସୁବିଧା ନଥିବାରୁ ମେଡିକାଲକୁ ଆସିପାରିନଥିଲେ । ମଙ୍ଗଳବାର ସକାଳୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ପରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଛନ୍ତି । ଏଠାରେ ପହଞ୍ଚିବା ପରେ ସେମାନଙ୍କ ଚିକିତ୍ସା ଚାଲିଛି ।ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଥିବା କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଟିକିଏ ବର୍ଷା ହେଲେ କାଶୀପୁରରେ ଡାଇରିଆ ଭୟ ଦେଖା ଦେଉଥିବାବେଳେ ଏବେଠାରୁ ସତର୍କ ରହିବା ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : Jun 30, 2020, 10:17 PM IST

ABOUT THE AUTHOR

...view details