ଓଡିଶା

odisha

ETV Bharat / state

5T ସଚିବଙ୍କ ଗସ୍ତ ପରେ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ

ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ, ତ୍ବରାନ୍ବିତ ଏବଂ ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଛି 'ମୋ ସରକାର' କାର୍ଯ୍ୟକ୍ରମ । ରାୟଗଡା ଜିଲ୍ଲା ଗସ୍ତ କରି 'ମୋ ସରକାର'ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ ।

By

Published : Oct 12, 2019, 11:23 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ସରକାରୀ ଯୋଜନାକୁ ଅଧିକ କ୍ରିୟାଶୀଳ, ତ୍ବରାନ୍ବିତ ଏବଂ ଲୋକାଭିମୁଖୀ କରିବା ପାଇଁ ଆରମ୍ଭ ହୋଇଛି 'ମୋ ସରକାର' କାର୍ଯ୍ୟକ୍ରମ । ଏପଟେ ଗତ 10 ତାରିଖ ଦିନ ରାୟଗଡା ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରରେ 'ମୋ ସରକାର'ର କାର୍ଯ୍ୟ କାରିତା ନେଇ ସମୀକ୍ଷା କରି ଫେରିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଙ୍ଗକୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଡାକ୍ତରଖାନାରେ ରୋଗୀ କିପରି ଠିକରେ ସ୍ବାସ୍ଥ୍ୟସେବା ପାଇବେ ସେନେଇ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ କାଶୀପୁର ମେଡ଼ିକାଲର ନବୀକରଣ ସାଙ୍ଗକୁ ଷ୍ଟାଫ କ୍ଵାର୍ଟର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ କାଶୀପୁର ଯାଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଜାଗା ଚିହ୍ନଟ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details